୧୯ରୁ ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ, କିପରି ରହିବ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ୍…

Published By : Prameya-News7 Bureau | September 17, 2024 IST

ଚେନ୍ନାଇ ୧୭।୦୯ : ସେପ୍ଟେମ୍ବର ୧୯ରୁ ଭାରତ-ବାଂଲାଦେଶ ମଧ୍ୟରେ ଆରମ୍ଭ ହେବ ଟେଷ୍ଟ ସିରିଜ୍‌ । ଦୁଇ ମ୍ୟାଚ୍‌ ବିଶିଷ୍ଟ ଏହି ଟେଷ୍ଟ ସିରିଜ୍‌ । ଯାହାର ପ୍ରଥମ ମୁକାବିଲା ଚେନ୍ନାଇର ଏମ୍‌ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ ( ଚେପକ୍‌)ରେ ଖେଳାଯିବ । ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା କରିବାକୁ ଥିବା ବେଳେ ବାଂଲାଦେଶର ମଜମୁଲ୍‌ ହୁସେନ୍‌ ସାନ୍ତୋ କରିବେ । ଭାରତ ସମୟ ଅନୁସାରେ ସକାଳ ୯ ଟା ୩୦ ମିନିଟ୍‌ରେ ଖେଳାଯିବ ଏହି ମ୍ୟାଚ୍‌ । 

ତେବେ ପ୍ରଥମ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଘାରିଛି ପ୍ଲେଇଙ୍ଗ ଇଲେଭନ୍‌ର ଚିନ୍ତା । ଖାସ୍‌ କରି ଚେନ୍ନାଇ ଚେପକ ଷ୍ଟାଡିୟମ୍‌ରେ କେତେ ଜଣ ସ୍ପିନରଙ୍କୁ ନେଇ ଟିମ୍‌ ପଡିଆକୁ ଓହ୍ଲାଇବ । ତାକୁ ନେଇ ଚାଲିଛି ମାନସମନ୍ଥନ । ହୁଏତ ଭାରତୀୟ ଟିମ୍‌ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ୪ ଜଣ ସ୍ପିନରଙ୍କୁ ଖେଳାଇବାକୁ ଚିନ୍ତା କରୁଛି । ଏହି ସ୍ପିନର ମଧ୍ୟରେ ରବିଚନ୍ଦ୍ରନ ଅଶ୍ୱିନୀ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍‌, କୁଲଦୀପ ଯାଦବ ରହିଛି । ହେଲେ ଏବେ ଯାଏଁ କିଏ ଖେଳିବ, ତାକୁ ନେଇ ସ୍ପଷ୍ଟ ହୋଇନାହିଁ । ଏମିତି ବି ଚର୍ଚ୍ଚା ହେଉଛି, ୪ ବଦଳରେ ୩ ଜଣ ସ୍ପିନର ଖେଳିପାରନ୍ତି । ଅକ୍ଷର ପଟେଲ୍‌ କିମ୍ବା କୁଲଦୀପ ଯାଦବଙ୍କ ମଧ୍ୟରୁ ଜଣେ ଖେଳିପାରନ୍ତି । ପ୍ରଥମ ଦୁଇ ସ୍ପିନର ଭାବେ ରବିଚନ୍ଦ୍ରନ ଅଶ୍ୱିନୀ ଏବଂ ରବିନ୍ଦ୍ର ଜାଡେଜା ଖେଳିବା ପ୍ରାୟତଃ ସ୍ପଷ୍ଟ । ବାକି ରହିଲା ତୃତୀୟ ସ୍ପିନର କି ୪ ଜଣ ସ୍ପିନର୍‌ ନେଇ ପଡିଆକୁ ଓହ୍ଲାଇବ । ତାହା ଜଣାପଡିବାନାହିଁ । 

ସେହିପରି ଯଦି ଆମେ ଦ୍ରୁତ ବୋଲିଂ ବିଭାଗ କଥା ଭାବିବା । ତେବେ ସେଥିରେ ମହମ୍ମଦ ସିରାଜ ଏବଂ ଜଶପ୍ରୀତ ବୁମ୍‌ରାହ ପ୍ରମୁଖ ବୋଲରର ଦାୟିତ୍ୱ ନିର୍ବାହ କରିବେ । ବାକି ଓ୍ୱିକେଟ୍‌ କିପିଂ କିଏ କରିବ, ତାକୁ ବି ଚାଲିଛି ସସ୍‌ପେନ୍ସ । ରିଷଭ ପନ୍ଥ ନା କେଏଲ୍‌ ରାହୁଲ । ସେହିପରି ବ୍ୟାଟିଂ ବିଭାଗରେ ଦେଖିଲେ ରୋହିତ ଶର୍ମା, ବିରାଟ କୋହଲି, ଶୁଭମନ୍‌ ଗିଲ୍‌, ଯଶସ୍ୱୀ ଜୈସଓ୍ୱାଲ୍‌ ରହିବେ । ରୋହିତ ଶର୍ମା ଏବଂ ଯଶସ୍ୱୀ ଜୈସ୍ୱାଲ୍‌ ଓପନିଂ ଭାର ସମ୍ଭାଳିପାରନ୍ତି । 

ଚେପକ୍‌ରେ ବର୍ତ୍ତମାନ ଯାଏଁ ଭାରତୀୟ ଟିମ୍‌ ୩୪ଟି ଟେଷ୍ଟ ମ୍ୟାଚ୍‌ ଖେଳିଛି । ଯେଉଁଥିରେ ୧୫ଟିରେ ବିଜୟୀ ହୋଇଥିବା ୭ଟି ମୁକାବିଲାରେ ପରାସ୍ତର ସାମ୍ନା କରିଛି । ବାକି ୧୧ଟି ମ୍ୟାଚ୍‌ର ଟାଇ ହୋଇଛି । ୨୦୨୧ରେ ଭାରତୀୟ ଏଠାରେ ଇଂଲଣ୍ଡ ବିପକ୍ଷରେ ଶେଷ ଟେଷ୍ଟ ମ୍ୟାଚ୍‌ ଖେଳିଥିଲା । 

ପ୍ରଥମ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଟିମ୍‌ : ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୈସ୍ୱାଲ୍‌, ଶୁଭମନ୍‌ ଗିଲ୍‌, ବିରାଟ କୋହଲି, କେଏଲ୍‌ ରାହୁଲ୍‌, ସରଫରାଜ ଖାନ୍‌, ରିଷଭ ପନ୍ଥ (ଓ୍ୱିକେଟ୍‌ କିପର), ଧ୍ରୁବ ଜୁରେଲ୍‌ (ଓ୍ୱିକେଟ୍‌ କିପର), ରବିଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଆକାଶ ଦୀପ୍‌, ଜଶପ୍ରୀତ୍‌ ବୁମ୍‌ରାହ, ୟଶ ଦୟାଲ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.