ଆଗାମୀ ୪ ଦିନ ଖସିବ ପାରଦ, କିଛି ସ୍ଥାନରେ ହୋଇପାରେ ସାମାନ୍ୟ ଶୀତ

Published By : Prameya-News7 Bureau | February 13, 2025 IST

ଭୁବନେଶ୍ୱର ୧୩।୦୨ : ରାଜ୍ୟରେ ଅସହ୍ୟ କଲାଣି ତାତି। କଲବଲ କରୁଛି ଖରା। ଚଳିତ ବର୍ଷ ପାଇଁ ରାଜ୍ୟରେ  ପ୍ରଥମ ଥର ଦିନ ତାପମାତ୍ରା ୩୭  ଡିଗ୍ରୀ ସେଲସିୟସ୍‌ ଛୁଇଁଛି। ଝାରସୁଗୁଡ଼ାରେ ବୁଧବାର ଏହି  ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଛି। ଆସନ୍ତା ୪ ଦିନ ରାତିରେ ପାରଦ ୫ ଡିଗ୍ରୀ ତଳକୁ ଖସିଯିବ ବୋଲି ପାଣିପାଗ ବିଭାଗ  ପୂର୍ବାନୁମାନ କରିଛି । ଏହାଫଳରେ କିଛି ସ୍ଥାନରେ ସାମାନ୍ୟ ଶୀତ ଅନୁଭବ ହେବାର ସମ୍ଭାବନା ସୃଷ୍ଟି ହୋଇଛି।

ତେବେ ସୋମବାର ଦିନ ୨ଟା ୩୦ ବେଳକୁ ଝାରସୁଗୁଡ଼ାର  ଦିନ ତାପମାତ୍ରା ୩୫.୬ ଡିଗ୍ରୀ ଥିଲା। ମଙ୍ଗଳବାର ଏହି ସମୟ  ସୁଦ୍ଧା ତାପମାତ୍ରା ୩୬ ଡିଗ୍ରୀ ଡେଇଁ ଯାଇଥିଲା। ମଙ୍ଗଳବାର ଝାରସୁଗୁଡ଼ା ପରେ ଭଦ୍ରକରେ ଦିନ  ତାପମାତ୍ରା ସର୍ବାଧିକ ୩୬.୨ ଡିଗ୍ରୀ  ରେକର୍ଡ ହୋଇଛି। ବଲାଙ୍ଗୀରରେ  ୩୬, ଅନୁଗୁଳରେ ୩୫.୭, ଭବାନୀପାଟଣା ଓ ଟିଟିଲାଗଡ଼ରେ ୩୫.୫, ସୋନପୁରରେ ୩୫.୩,  ମାଲକାନଗିରି ଓ ବରଗଡ଼ରେ ୩୫.୨, ଭୁବନେଶ୍ୱରରେ ୩୪.୮  ଓ କଟକରେ ଦିନ ତାପମାତ୍ରା ୩୩.୨  ଡିଗ୍ରୀ ରେକର୍ଡ ହୋଇଛି । ସେହିଭଳି ଫେବ୍ରୁଆରୀ ପ୍ରଥମ ସପ୍ତାହ ପରେ ଦ୍ୱିତୀୟ ସପ୍ତାହରେ ରାଜଧାନୀ ତାତି ପୁଣି ୩୪ ଡିଗ୍ରୀ ପାର୍‌ କରିଛି। ରାତିରେ ରାଉରକେଲାରେ ପାରଦ ସବୁଠୁ କମ୍‌ ବା ୧୩.୧ ଡିଗ୍ରୀ ରେକର୍ଡ ହୋଇଥିଲା । କୋରାପୁଟରେ  ୧୪.୫, ଝାରସୁଗୁଡ଼ାରେ ୧୫.୬, ସୁନ୍ଦରଗଡ଼ରେ   ୧୬.୩, ଓ ଅନୁଗୁଳରେ ୧୭ ଡିଗ୍ରୀ ରହିଥିଲା ।

  • Weather
  • Weather Forecast
  • Weather update
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.