ରଥ ଉପରେ ଅଣ ସେବାୟତ ଚଢିବା ଘଟଣା : ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା

Published By : Prameya-News7 Bureau | July 16, 2024 IST

ପୁରୀ ୧୬।୭: ରଥ ଉପରେ ଅନଧିକୃତ ବ୍ୟକ୍ତି ଓ ଅଣ ସେବାୟତ ଚଢିବା ନେଇ ଏତଲା । ୭ ଓ ୮ ତାରିଖ ରଥଯାତ୍ରାରେ ରଥ ଉପରେ ଅନଧିକୃତ ବ୍ୟକ୍ତି ଓ ଅଣ ସେବାୟତ ଚଢିବା ନେଇ ଏତଲା ଦିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି । ଶ୍ରୀମନ୍ଦିର ସ୍ୱତନ୍ତ୍ର ଅଧିକାରୀ ଅଜୟ କୁମାର ଜେନା ଏତଲା ଦେଇଛନ୍ତି ।

ଏ ସମ୍ପର୍କିତ ଫଟୋ, ଭିଡିଓ, ଶ୍ରୀମନ୍ଦିର ବ୍ୟବସ୍ଥାବଳୀ ପ୍ରମାଣ ଆଧାରରେ ଦିଆଯାଇଛି । ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ଏତଲାରେ ଉଲ୍ଲେଖ ରହିଛି ।

You Can Read:

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.