ନିଲମ୍ବିତ ପ୍ରଧାନ ଶିକ୍ଷକଙ୍କ ସପକ୍ଷରେ ବାହାରିଲେ ଛାତ୍ରଛାତ୍ରୀ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ

Published By : Prameya-News7 Bureau | September 03, 2024 IST

କୋଣାର୍କ ୩।୯: ନିଲମ୍ବିତ ପ୍ରଧାନ ଶିକ୍ଷକଙ୍କ ସପକ୍ଷରେ ବାହାରିଲେ ଛାତ୍ରଛାତ୍ରୀ । ପ୍ରଧାନଶିକ୍ଷକଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ଦାବିରେ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ।

ପୁରୀ ଜିଲ୍ଲା ଗୋପ ବ୍ଲକ ବରିମୁଣ୍ଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉଲ୍ଲାଶ ମଲ୍ଲିକ ଚତୁର୍ଥ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗ ହୋଇଥିଲା । ବ୍ଲକ ଶିକ୍ଷା ଅଧିକାରୀ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ ସୋମବାର ନିଲମ୍ବିତ କରିଥିଲେ । ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ  ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଉଦ୍ଦେଶ୍ୟମୂଳକ ଭାବେ କରିଥିବା ମିଥ୍ୟ ଅଭିଯୋଗର ତଦନ୍ତ କରାନଯାଇ ତାଙ୍କୁ ଅନ୍ୟାୟରେ ନିଲମ୍ବିତ କରାଯାଇଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଶତାଧିକ ଛାତ୍ରଛାତ୍ରୀ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି । ନିଲମ୍ବନ ଆଦେଶ ପ୍ରତ୍ୟାହୃତ ନହେବା ଯାଏଁ ଧାରଣା ଜାରି ରହିବ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ କହିଛନ୍ତି । 

You Can Read:

ମହିଳାଙ୍କ ମୃତଦେହ ଉଦ୍ଧାର, ନିର୍ଯାତନା ଦେଇ ମାରିଦେଇଥିବା ବାପଘରର ଅଭିଯୋଗ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.