ଭୁବନେଶ୍ୱର ୨୫।୦୩ : କାଳବୈଶାଖୀର ତାଣ୍ଡବ ପରେ ରାଜ୍ୟରେ ବଦଳିବ ପାଗ । ଆସନ୍ତା ୩ ଦିନରେ ଦିନ ତାପମାତ୍ରା ୫ ଡିଗ୍ରୀ ବଢ଼ିଯିବ । କାଳବୈଶାଖୀ ପ୍ରଭାବ ଯୋଗୁ ରାଜ୍ୟର ବହୁ ସ୍ଥାନରେ ବର୍ଷା ହେଉଥିଲା । ଏଥିପାଇଁ ଖରାରୁ ଆଶ୍ୱସ୍ତି ମିଳୁଥିଲା । ଏବେ କାଳବୈଶାଖୀ ପ୍ରଭାବ କମିବା ପରେ ତାତି ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଆସନ୍ତା ତିନି ଦିନରେ ଦିନ ତାପମାତ୍ରା କ୍ରମଶଃ ୩ରୁ ୫ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସେହିଭଳି ରାତି ତାପମାତ୍ରା ବି ୨ରୁ ୪ ଡିଗ୍ରୀ ବଢ଼ିପାରେ। ରାଜଧାନୀ ଭୁବନେଶ୍ୱର, କଟକ, ବଲାଙ୍ଗୀରରେ ବର୍ଷା ହୋଇଛି। ସୋମବାର ମାଲକାନଗିରିରେ ଦିନ ତାପମାତ୍ରା ସର୍ବାଧିକ ୩୬.୮ ଡିଗ୍ରୀ ଥିଲା।
ଦେଶ ସେବାରେ ଆସାମ ରାଇଫଲସକୁ ପୁରିଲା୧୯୦ ବର୍ଷ, ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପାଳିଲା ସ୍ଥାପନା ଦିବସ