ଭୁବନେଶ୍ୱର ୩୧।୦୩ : ଭୁବନେଶ୍ୱର ଭରତପୁରରେ ବୁଲିଲା କଟୁରୀ । ଘର ବିବାଦକୁ ନେଇ ବୁଲିଛି କଟୁରୀ । ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ଼ ଭାଇ । ଏହି ଆକ୍ରମଣରେ ତିନି ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଭରତପୁର ବନଦୁର୍ଗା ବସ୍ତି ପାଲଟିଛି ରଣକ୍ଷେତ୍ର । ଦୀର୍ଘ ଦିନରୁ ଲାଗିଥିବା ରହିଥିବା ବିବାଦକୁ ନେଇ ରବିବାର ରାତିରେ ଭରତପୁର ଥାନାରେ ଦୁଇ ଭାଇଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲା । କିନ୍ତୁ ଏହାର କୌଣସି ବିବାଦ ତୁଟିନଥିଲା । ବିଳମ୍ବିତ ରାତିରେ ଏହା ଉଗ୍ରରୂପ ନେଇଥିଲା । ବଡ଼ ଭାଇ ବାହାରୁ ଗୁଣ୍ଡା ଆଣି ସାନ ଭାଇ ଆକ୍ରମଣ କରିଥିଲା । ଯାହାକୁ ସ୍ଥାନୀୟ ଲୋକ ବିରୋଧ କରିଥିଲେ , ହେଲେ ସେମାନେ ବି ଆକ୍ରମଣର ଶିକାର ହୋଇଥିଲେ ।
ଅନ୍ୟପଟେ ଘଟଣା ସଂପର୍କରେ ଖବର ପାଇ ଦୁଇ ପିସିଆର୍ ଏବଂ ଭରତପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏପିରିକି ପୋଲିସକୁ ଆକ୍ରମଣ ହୋଇଥିବାର ସୂଚନା ରହିଛି । ଅଭିଯୁକ୍ତଙ୍କୁ ଗିରଫ କରିବା ବେଳେ ପୋଲିସକୁ ବିରୋଧର ସାମ୍ନା କରିବାକୁ ପଡିଥିଲା । ଶେଷରେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରି ସମସ୍ତ ଅଭିଯୁକ୍ତଙ୍କୁ ଥାନାକୁ ନେଇଥିଲା । ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି ।