ଭୁବନେଶ୍ୱର ୩୧।୦୩ : ଲୁଟେରାଙ୍କ ଲୁଟ୍ର ନୂଆ ଫଣ୍ଡା । ପ୍ରଥମେ ଘରର ବିଦ୍ୟୁତ ସଂଯୋଗ କାଟିଲେ, ତାପରେ ଘର ପଶି ନେଇଗଲେ ଲାପଟପ୍, ମୋବାଇଲ୍ । ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ଶାନ୍ତିବିହାର ଓ ପଞ୍ଚସଖା ନଗରରେ ଘଟିଛି ଏହି ଘଟଣା । ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।
ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଶାନ୍ତି ବିହାର ଓ ପଞ୍ଚସଖା ନଗରରୁ ଲୁଟ୍ ହୋଇଛି । ଲୁଟେରାମାନେ ପ୍ରଥମେ ଘରର ବିଦ୍ୟୁତ ସଂଯୋଗ କାଟିଥିଲେ । ଏହାପରେ ସୁଯୋଗ ଦେଖି ଘର ମଧ୍ୟକୁ ପ୍ରବେଶ କରିଥିଲେ । ଅନ୍ଧାରର ସୁଯୋଗ ନେଇ ଲୁଟେରାମାନେ ବହୁ ଦାମୀ ଲାପ୍ଟପ୍ ଓ ମୋବାଲ୍ ଲୁଟି ନେଇଛନ୍ତି । ଥାନାରେ ଲିଖିତ ଅଭିଯୋଗ ଅନୁସାରେ ଲୁଟେରାମାନେ ୧୨ଟି ଲାପଟପ୍ ଓ ୮ଟି ଦାମୀ ନେଇଥିବା ଜଣାପଡିଛି ।