ପଥରପାଲିରେ ହତ୍ୟା, ବାଇକ୍‌ରେ ଯିବା ବେଳେ ଗୁଳିମାଡ଼ କଲେ ଦୁର୍ବୃତ୍ତ

Published By : Prameya-News7 Bureau | March 30, 2025 IST

ଆସ୍କା ୩୦।୦୩ : ଅପରାଧୀକୁ ଗୁଳି କରି ହତ୍ୟା । ଗଞ୍ଜାମ କବିସୂର୍ଯ୍ୟନଗର ଥାନା ପଥରପାଲିରେ ଗୁଳିମାଡ଼ ହୋଇଛି। ବାଇକ୍ ରେ ଯିବାବେଳେ ଗୁଳିମାଡ଼ କଲେ ଦୁର୍ବୃତ୍ତ । ମୃତକ ହେଲେ ଆଠଗଡ ପାଟଣା ଅଞ୍ଚଳର ଲକ୍ଷ୍ମୀ ନାରାୟଣ ପାଇକରାୟ ଓରଫ କୁନା । ମୃତ ବ୍ୟକ୍ତିଙ୍କ ନାଁରେ ରହିଛି ଏକାଧିକ ଅପରାଧିକ ମାମଲା । 

ଖବର ଅନୁଯାୟୀ, ଲକ୍ଷ୍ମୀ ନାରାୟଣ କଣ୍ଟ୍ରାଟିକ କାମ ନେଇଥିଲେ ରବିବାର ସକାଳେ କାମ ଦେଖିବାକୁ ଯାଇଥିଲେ । ଏହିସମୟରେ ତିନି ଜଣ ଦୁବୁର୍ତ୍ତ ତାଙ୍କୁ ମଟର ସାଇକେଲରେ ଆସି ଅଟକାଇବା ସହ ଗୁଳିମାଡ କରିଥିଲେ l ଲକ୍ଷ୍ମୀ ନାରାୟଣ ପାଇକରାୟଙ୍କ ମୁଣ୍ଡରେ ଗୁଳି ବାଜି ଥିବା ବେଳେ ସେଠାରେ ଟଳି ପଡ଼ିଥିଲେ l ପରେ ସମ୍ପର୍କୀୟ ଲୋକ ଗୁରୁତର ଅବସ୍ଥାରେ କବିସୂର୍ଯ୍ୟନଗର ମେଡିକାଳକୁ ଆଣିଥିବା ବେଳେ l ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.