ପୁରୀ ୩୧।୦୩ : ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ସେଥିପାଇଁ ସନ୍ଧ୍ୟାରେ ପ୍ରାୟ ୫ଘଣ୍ଟା ଠାକୁରଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁସାରେ ଏହି ସ୍ୱତନ୍ତ୍ର ନୀତି ଅପରାହ୍ନ ୫ଟାରୁ ରାତି ୧୦ଟା ମଧ୍ୟରେ ଅନୁଷ୍ଠିତ ହେବ । ତେଣୁ ସେହି ସମୟରେ ସର୍ବସାଧାରଣ ଦର୍ଶନ ମିଳିବ ନାହିଁ । ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିବା ପରେ ଦଇତାପତି ସେବକମାନେ ଠାକୁରଙ୍କ ଏହି ସେବା କରିଥାନ୍ତି । ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ନୀତି ପାଳନ କରାଯାଇଥାଏ। ତେବେ ସେଦିନର ନୀତି ଉପରେ ପ୍ରକୃତ ଦର୍ଶନ କଟକଣା ସମୟ ନିର୍ଭର ରହିବ।
ଓଡିଶା ଦିବସରେ ସରକାରଙ୍କୁ ବିଜେଡି ଓ କଂଗ୍ରେସର ଟାର୍ଗ...
