ସୁଧ ଟଙ୍କା ଆଦାୟକୁ ନେଇ ଗାଁରେ ଲଙ୍କାକାଣ୍ଡ, ୨ ପ୍ଲାଟୁନ ଫୋର୍ସ ମୁତୟନ

Published By : Prameya-News7 Bureau | April 11, 2024 IST

ଭୁବନେଶ୍ୱର ୧୧।୦୪ : ଅଶାନ୍ତ ପୁଣି ପଦ୍ମକେଶରପୁର । ଗୋଟିଏ ପରିବାରର ଦୁଇଜଣଙ୍କୁ ମରଣାନ୍ତକ ଆକ୍ରମଣ ପରେ ଗାଁ ହୋଇପଡିଛି ଅଶାନ୍ତ । ଗ୍ରାମର ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମାଡ ସହ ବୋମା ଓ ପଥରମାଡ ହୋଇଛି । 

ଖବର ଅନୁଯାୟୀ, ସୁଧ ଟଙ୍କା ଆଦାୟକୁ ନେଇ ଏଭଳି ଗାଁ ଅଶାନ୍ତ ହୋଇଥିବା ଅଭିଯୋଗ ହୋଇଛି । ଘରେ ପଶି ଶ୍ୱଶୁର ସନାତନ ଦାସ  ଏବଂ ବୋହୂ ନିରୁପମା ଦାସଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଛି । ଯେଉଁଥିରେ ଉଭୟ ଗୁରୁତର ହୋଇଛନ୍ତି । ଏପିରିକି ଶ୍ୱଶୁର-ବୋହୂଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ଉଭୟଙ୍କ ଚିକିତ୍ସା ଜାରି ରହିଛି । 

ସେପଟେ ଗାଁରେ ଉତ୍ତେଜନପୂର୍ଣ୍ଣ ପରିସ୍ଥିତି ଦେଖାଦେଇଛି । ଏପିରିକି ଗାଁରେ ଏବେ ୨ ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି । ଯାହାକି ଗାଁରେ ପଇଁତରା ମାରୁଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.