ଶସ୍ତା ହେବ ଚାରିଧାମ ଯାତ୍ରା ହେଲିକପ୍ଟର ସେବା ! ଶୁଳ୍କ ରିହାତି ପାଇଁ GST କାଉନସିଲ ମିଟିଂରେ ସହମତି

Published By : Prameya-News7 Bureau | September 09, 2024 IST

ନୂଆଦିଲ୍ଲୀ ୯।୯: ସାମଗ୍ରୀ ଓ ସେବା ଶୁଳ୍କ (ଜିଏସଟି) କାଉନସିଲର ୫୪ତମ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏଥର ବୈଠକରେ ହେଲଥ୍ ଓ ଲାଇଫ ଇନସ୍ୟୁରାନ୍ସ ପ୍ରିମିୟମରେ ଜିଏସଟି ଛାଡ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିଲା। ଏହି ବୀମା ପ୍ରିମିୟମ ଉପରେ ୧୮ ପ୍ରତିଶତ ଶୁଳ୍କ  ପ୍ରତ୍ୟାହାର ଅଥବା ହ୍ରାସ କରାଯାଇ ପାରେ। ଏ ନେଇ ନିଷ୍ପତ୍ତି ନେବାକୁ ଏକ ଗ୍ରୁପ ଅଫ ମିନିଷ୍ଟର୍ସ (ଜିଓଏମ) ଗଠନ କରାଯାଇଛି। 

ହେଲଥ୍ ଓ ଲାଇଫ ଇନସ୍ୟୁରାନ୍ସ ପ୍ରିମିୟମକୁ ଜିଏସଟିରୁ ମୁକ୍ତ କରାଯିବ କି ଶୁଳ୍କ ହ୍ରାସ କରାଯିବ ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ଆଗାମୀ ବୈଠକରେ ନିଆଯିବ। କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀ ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖି ଲାଇଫ ଓ ହେଲଥ ଇନସ୍ୟୁରାନ୍ସ ପ୍ରିମିୟମରୁ ଜିଏସଟି ହଟାଇବାକୁ ଦାବି କରିଥିଲେ। ଏବେ ଏହି ବୀମା ପ୍ରିମିୟମରେ ୧୮ ପ୍ରତିଶତ ଜିଏସଟି ଲାଗୁ ହେଉଛି। ଯଦି ସରକାର ଏଥିରୁ ଜିଏସଟି ହଟାଇ ଦିଅନ୍ତି ଅଥବା ହ୍ରାସ କରନ୍ତି ତେବେ ଦେଶରେ ଲୋକଙ୍କୁ ଶସ୍ତାରେ ବୀମା ମିଳିପାରିବ। 

ଦିଲ୍ଲୀରେ ଅନୁଷ୍ଠିତ ଜିଏସଟି କାଉନସିଲର ଏହି ବୈଠକରେ ସବୁ ରାଜ୍ୟର ଅର୍ଥମନ୍ତ୍ରୀ ଅଥବା ସେମାନଙ୍କ ପ୍ରତିନିଧି ଯୋଗ ଦେଇଥିଲେ। ଏଥିରେ ଚାରିଧାମ ଯାତ୍ରା ହେଲିକପ୍ଟର ସର୍ଭିସରୁ ଜିଏସଟି ଶୁଳ୍କ ହ୍ରାସ କରିବାକୁ ମଧ୍ୟ ସହମତି ହୋଇଛି। ଫଳରେ ଚାରଧାମ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କୁ ଏହାର ଲାଭ ମିଳିବ। ଜିଏସଟି କାଉନସିଲ ମିଟିଂରେ ଏହି ପ୍ରସ୍ତାବକୁ ସମସ୍ତଙ୍କ ସହମତି ହୋଇଛି। ଫଳରେ ହେଲିକପ୍ଚର ସେବାରେ ଶୁଳ୍କ ୫ ପ୍ରତିଶକୁ ହ୍ରାସ ହେବ। ଏହା ପୂର୍ବରୁ ଜିଏସଟି କାଉନସିଲର ୫୩ତମ ବୈଠକ ଜୁନ ୨୨ ତାରିଖରେ ଅନୁଷ୍ଠିତ ହୋଇଥିଲା।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.