କେନ୍ଦ୍ରାପଡା ୧୫।୮: କେନ୍ଦ୍ରାପଡା ନିକିରାଇ ଥାନା ଅନ୍ତର୍ଗତ ଇନ୍ଦୁପୁର ଠାରେ କିଛି ଦୁର୍ବୃତ୍ତ ମଣ୍ଟୁ ମଲିକ ନାମକ ଜଣେ ଯୁବକଙ୍କୁ ବିରୂପା ନଦୀକୁ ଫୋପାଡି ଦେବା ନେଇ ବୁଧବାର ସନ୍ଧ୍ୟାରେ ଅଭିଯୋଗ ହୋଇଥିଲା l ଗୁରୁବାର ମଣ୍ଟୁଙ୍କ ମୃତଦେହ ଠାବ ହୋଇଛି l ଅଭିଯୋଗ ହେବା ପରେ ଦମକଳବାହିନୀ ଓ ଓଡ୍ରାଫ୍ ଟିମ୍ ବିରୂପା ନଦୀରେ ଖୋଜାଖୋଜି ଜାରି ରଖିଥିଲେ l ତେବେ ପୂର୍ବ ଶତ୍ରୁତାରୁ ମଣ୍ଟୁଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି l
ସୂଚନାଯୋଗ୍ୟ ଯେ, ଅଗଷ୍ଟ ୧୪ ତାରିଖ ଦିନ ପ୍ରାୟ ୪ଟା ବେଳେ କେନ୍ଦ୍ରାପଡା ନିକିରାଇ ଥାନା ଅନ୍ତର୍ଗତ ନିକିରାଇ ଗାଁର ଯୁବକ ମଣ୍ଟୁ ମଲ୍ଲିକଙ୍କୁ କିଛି ଦୁର୍ବୃତ୍ତ ବିରୂପା ନଦୀକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା l ମଣ୍ଟୁଙ୍କୁ ଫୋପାଡି ଦେଇଥିବା ଯୁବକ ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ଗମୁ ଗାଁର ବୋଲି ଲୋକେ କହିଥିଲେ l ତେବେ ଘଟଣା ଘଟିବାର ୨୪ ଘଣ୍ଟା ପରେ ମଣ୍ଟୁଙ୍କ ମୃତଦେହ ଉଦ୍ଧାର ହୋଇଛି l ଅଗ୍ନିଶମ ଓ ଓଡ୍ରାଫ୍ ବାହିନୀ ମିଳିତ ଭାବେ ଖୋଜିବା ପରେ ଗୁରୁବାର ସନ୍ଧ୍ୟା ପ୍ରାୟ ୫ଟାରେ ଘଟଣା ଘଟିଥିବା ସ୍ଥାନରୁ ପ୍ରାୟ ୧୪ କି.ମି. ତଳକୁ ବ୍ରାହ୍ମଣୀ ନଦୀର ଜଗନ୍ନାଥପୁର ଠାରୁ ମୃତଦେହ ଉଦ୍ଧାର ହୋଇଛି l ସ୍ଥାନୀୟ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି l ମୃତ ମଣ୍ଟୁଙ୍କ ଚପଲ ବିରୂପା ନଦୀ ପୋଲ ଉପରେ ପଡିଥିବା ବେଳେ ବରୀ ବ୍ଲକ୍ ଗମୁ ଅଞ୍ଚଳରୁ ମଣ୍ଟୁଙ୍କ ବାଇକ୍ ଉଦ୍ଧାର ହୋଇଛି l
ମଣ୍ଟୁ ଜଣେ ଟ୍ରାକ୍ଟର ଡ୍ରାଇଭର l କୌଣସି ବ୍ୟବସାୟିକ ଶତ୍ରୁତା କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି l ମଣ୍ଟୁଙ୍କ ସ୍ତ୍ରୀ, ଦୁଇ ଝିଅ ଓ ଗୋଟିଏ ପୁଅ ଅଛନ୍ତି l ସେମାନଙ୍କ ଭରଣପୋଷଣ ପାଇଁ ଚିନ୍ତା ପ୍ରକଟ କରିଛନ୍ତି ପରିବାର ଲୋକେ l ତେବେ ହତ୍ୟାକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ପାଇଁ ପରିବାର ଲୋକେ ଦାବି କରିଛନ୍ତି l
You Can Read:
ବାଇକ୍କୁ ଧକ୍କା ଦେଲା ବସ୍, ଚାଲିଗଲା ଦୁଇ ଜଣଙ୍କ ଜୀବନ