ହାତ ଗୋଡ ବନ୍ଧା ଅବସ୍ଥାରେ କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Published By : Prameya-News7 Bureau | September 16, 2024 IST

ବାଲିପାଟଣା: ରାଜଧାନୀ ଉପକଣ୍ଠ ପିପିଲି ଥାନା କୌଶଲ୍ୟାଗଙ୍ଗ ଫାଣ୍ଡି ପୁବା ଶାସନ ସାଇଫନ୍ ନିକଟ କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକଙ୍କ ହାତ ଏବଂ ଗୋଡ ବନ୍ଧା ଯାଇଥିବା ଦେଖିବାକୁ ମିଳିଛି । ମୃତ ଯୁବକ ହେଉଛନ୍ତି ବାଲିଅନ୍ତା ଥାନା ବଇଁଚୁଆ ଗ୍ରାମର ଗୋବିନ୍ଦ ସାହୁ । ଆଜି ପୁବାଶାସନ କଣାସ ବ୍ରାଞ୍ଚ କେନାଲରେ ମୃତ ଦେହ ଭାସୁଥିବା କିଛି ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ । ପରେ ମୃତ ଯୁବକ ବଇଁଚୁଆର ଗୋବିନ୍ଦ ସାହୁ ବୋଲି ଜଣା ପଡିଥିଲା । 

Also read: ସାବଧାନ ! କ୍ଲିକ୍‌ କରନ୍ତୁନି ଅଜଣା ଲିଙ୍କ୍‌: 'ସୁଭଦ୍ରା' ନାଁରେ ଆକାଉଣ୍ଟ ଖୋଳ କରିଦେବେ ସାଇବର ଠକ

ଗୋବିନ୍ଦଙ୍କ ହାତ ଏବଂ ଗୋଡ଼ ବନ୍ଧା ଯାଇଥିଲା । ଗୋବିନ୍ଦଙ୍କୁ କେହି ହାତ ଗୋଡ ବାନ୍ଧି କେନାଲକୁ ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗୋବିନ୍ଦଙ୍କ ପକେଟରୁ ତାଙ୍କ ମୋବାଇଲ୍ ଏବଂ ଏକ ସୁଇସାଇଡ୍ ନୋଟ୍ ମିଳିଛି । ଗୋବିନ୍ଦ   ସୁଇସାଇଡ୍  କରୁଥିବା ସେଥିରେ ଲେଖା ଯାଇଛି । ତେବେ ହତ୍ୟାକାରୀ ଗୋବିନ୍ଦଙ୍କୁ ଡରାଇ ଧମକାଇ ଏହି ସୁଇ ସାଇଡ୍ ନୋଟ୍ ଲେଖାଇ ନାହାନ୍ତି ତ ? ତାକୁ ନେଇ ଉଠିଛି ପ୍ରଶ୍ନ । ଘଟଣା ସ୍ଥଳରେ ବାଲିଅନ୍ତା ଥାନା ଆଇ.ଆଇ.ସି, ପିପିଲି ଏସ୍.ଡି. ପି.ଓ, ପିପିଲି ଥାନା ଆଇ.ଆଇ.ସି, କୌଶଲ୍ୟା ଗଙ୍ଗ ଫାଣ୍ଡି ଅଧିକାରୀ ପହିଁଞ୍ଚି ତଦନ୍ତ ଚଳାଇଛନ୍ତି । ମୃତ ଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ପୋଲିସ । ଗୋବିନ୍ଦ ରବିବାର ସଂଧ୍ୟା ବେଳୁ ନିଖୋଜ ଥିଲେ । ଏ ନେଇ ପରିବାର ଲୋକ  ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.