ଭୁବନେଶ୍ଵର: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ ସରକାରଙ୍କ ତୃତୀୟ ପାଳିର ଦ୍ଵିତୀୟ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍ରେ ମଧ୍ୟବିତ୍ତ ପରିବାରଙ୍କ ପାଇଁ ବଡ଼ ଉପହାରସ୍ଵରୂପ ହୋଇଛି। ବାର୍ଷିକ ୧୨ ଲକ୍ଷ ଆୟ ଉପରେ କୌଣସି ଟିକସ୍ ଲାଗିବ ନାହିଁ। ବଜେଟ୍କୁ ବିରୋଧୀ ନାପସନ୍ଦ କରିଥିବା ବେଳେ ଶାସକ ଦଳ ଏହା ଏକ ଭଲ ବଜେଟ୍ ବୋଲି କହିଛନ୍ତି। ଏହି କ୍ରମରେ ଖିମଜୀ ଜୁଏଲର୍ସର ନିର୍ଦ୍ଦେଶକ ମିଥେଶ ଖିମଜି ବଜେଟ୍କୁ ସକରାରତ୍ମ କହିବା ସହ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରଶଂସା କରିଛନ୍ତି।
ସେ କହିଛନ୍ତି, ୨୦୨୫ ବଜେଟ୍ ଭାରତୀୟ ମଧ୍ୟବିତ୍ତ ବର୍ଗ ପାଇଁ ଏକ ପ୍ରମୁଖ ପ୍ରୋତ୍ସାହନ। ଏକ ଦୃଢ଼ ବଜେଟ୍ ଉପସ୍ଥାପନ କରିବା ପାଇଁ ଆମେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଆନ୍ତରିକ ଭାବରେ ଧନ୍ୟବାଦ ଜଣାଉଛୁ। କେନ୍ଦ୍ରୀୟ ବଜେଟ୍ରେ ସାମଗ୍ରିକ ବ୍ୟବହାର ଏବଂ ଦୀର୍ଘକାଳୀନ ରାଷ୍ଟ୍ର ନିର୍ମାଣକୁ ବୃଦ୍ଧି କରିବା ପାଇଁ କରାଯାଇଥିବା ପ୍ରୟାସ ପ୍ରଶଂସନୀୟ। ସୁନା ଏବଂ ରୂପାର କଷ୍ଟମ୍ ଡ୍ୟୁଟିରେ କୌଣସି ପରିବର୍ତ୍ତନ ହୋଇନାହିଁ ଏବଂ ବ୍ୟବସାୟ ପାଇଁ ନିରନ୍ତରତା ରହିବା ଭଲ। ସର୍ବୋପରି ଏହା ଏକ ଅତ୍ୟନ୍ତ ସକାରାତ୍ମକ ବଜେଟ୍ ବୋଲି ସେ କହିଛନ୍ତି।