କନ୍ଧମାଳ ଜିଲ୍ଲାରେ ୪ ମାସ ଧରି ଚାଉଳ ନ ମିଳିବାରୁ ୨ ଜଣଙ୍କ ମୃତ୍ୟୁ ସମ୍ପୂର୍ଣ୍ଣ ମିଛ କଥା : ଯୋଗାଣ ମନ୍ତ୍ରୀ

Published By : Prameya-News7 Bureau | November 08, 2024 IST

ଛତ୍ରପୁର ୮।୧୧: କନ୍ଧମାଳ ଜିଲ୍ଲାରେ ୪ ମାସ ଧରି ଚାଉଳ ନ ମିଳିବା ଯାହା ଫଳରେ ଲୋକେ ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ହୋଇଛି, ତାହା ସମ୍ପୂର୍ଣ୍ଣ ମିଛ ବୋଲି କହିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେମାନଙ୍କୁ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଚାଉଳ ମିଳିଛି । ଯେଉଁମାନେ କହୁଛନ୍ତି ୪ ମାସ ହେଲା ମିଳିନଥିଲା ତାହା ମିଛ କଥା । ସେମାନେ ଚାଉଳ ଅଭାବରୁ ମରିନାହାନ୍ତି । ମେଡିକାଲରୁ ଡାକ୍ତର ଗଲେ ପରୀକ୍ଷା କରି ଦେଖିଲେ, ବିଷାକ୍ତ ଖାଦ୍ୟ ଖାଇ ମରିଛନ୍ତି । ସେମାନଙ୍କ ଆମ୍ବ ଟାକୁଆ ଜାଉ ଖାଦ୍ୟ ହେଉଛି ପାରମ୍ପାରିକ ଖାଦ୍ୟ । ଏହି ଖାଦ୍ୟ ୩ରୁ ୪ ଦିନ ରହିଯାଇଥିବାରୁ ତାହା ବିଷାକ୍ତ ହୋଇଯାଇଛି । ସେହି କାରଣରୁ ସେମାନଙ୍କ ମୃତ୍ୟୁ ହୋଇଛି । ଚାଉଳ ଅଭାବରୁ ମୃତ୍ୟୁ ହୋଇନି । ସେହିଦିନ ମଧ୍ୟ ପଖାଳ ସହ ଆମ୍ବ ଟାକୁଆ ଜାଉ ଖାଉଥିଲେ । ଯଦି ଚାଉଳ ଅଭାବ ରହିଥାନ୍ତା ତେବେ ସେମାନେ କିପରି ପଖାଳ ଖାଇଲେ ବୋଲି ମନ୍ତ୍ରୀ କହିଥିଲେ । 

You Can Read:

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.