ନୂଆଦିଲ୍ଲୀ: କେରଳ ମୁଖ୍ୟମନ୍ତ୍ରୀ ତଥା କମ୍ୟୁନିଷ୍ଟ ପାର୍ଟିର ନେତା ପିନରାଇ ବିଜୟନ ୱାୟନାଡ୍ ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ଫେସବୁକ୍ ପୋଷ୍ଟ ଜରିଆରେ ବିଜୟନ କହିଛନ୍ତି ଯେ କଂଗ୍ରେସ ପ୍ରାର୍ଥୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୱାୟନାଡରେ ଜମାତ-ଏ-ଇସ୍ଲାମିର ସମର୍ଥନରେ ଲୋକସଭା ଉପନିର୍ବାଚନ ଲଢୁଛି । ଏହି ସଂଗଠନ ଏକ ପାର୍ଟି ଭାବେ ପ୍ରିୟଙ୍କା ଗାନ୍ଧୀଙ୍କ ସମର୍ଥନ କରୁଛୁ । ଆମେ ସମସ୍ତ ଏହି ସଂଗଠନର ବିଚାରଧାରା ସହ ପରିଚିତ ଅଛୁ ।
ଫେସବୁକ୍ ପୋଷ୍ଟରେ ବିଜୟନ ଦାବି କରିଛନ୍ତି ଯେ କଂଗ୍ରେସ ପାର୍ଟି ଯେଉଁ ଜମାତ୍-ଏ-ଇସ୍ଲାମିର ସମର୍ଥନରେ ନିର୍ବାଚନ ଲଢୁଛି ସେ ଗଣତନ୍ତ୍ର ଏବଂ ରାଷ୍ଟ୍ରର ସଂରଚନାରେ ବିଶ୍ୱାସ କରେ ନାହିଁ । ଏହି ସଂଗଠନରୁ ସମର୍ଥନ ନେଇ କଂଗ୍ରେସର ଧର୍ମନିରପେକ୍ଷ ଚେହେରା ଉପରୁ ପରଦା ହଟିଛି । ଏହି ସଂଗଠନର ବିଚାରଧାରା ସହ ସାରା ଦେଶ ପରିଚିତ ଅଛି ଏବଂ କଂଗ୍ରେସ ଏହାଠାରୁ ସମର୍ଥନ ନେଇ କଣ ପ୍ରମାଣିତ କରିବାକୁ ଚାହୁଁଛି । ଜମାତ-ଏ-ଇସ୍ଲାମିର ଦୋମୁହାଁ ନୀତି ଜାମ୍ମୁ କାଶ୍ମୀର ବିଧାନସଭାରେ ସ୍ପଷ୍ଟ ହୋଇଥିଲା ।
କେରଳ ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ଜମାତ୍-ଏ-ଇସ୍ଲାମି ଦୀର୍ଘ ବର୍ଷ ଧରି କାଶ୍ମୀରରେ ନିର୍ବାଚନକୁ ବିରୋଧ କରୁଥିଲା ଏବଂ ସେଠାରେ ସାମ୍ପ୍ରଦାୟିକତାକୁ ବଢାଉଥିଲା, ପରେ ନିଜର ଘୋର ବିରୋଧୀ ବିଜେପି ସହ ମିଶି ନିର୍ବାଚନ ଲଢିଲା ।
ବିଜୟନ କହିଛନ୍ତି ଯେ ୱାୟନାଡରେ ଜମାତ-ଏ-ଇସ୍ଲାମି ଦାବି କରୁଛି ଯେ ସେ ଏବଂ କାଶ୍ମୀରର ଜମାତ-ଏ-ଇସ୍ଲାମି ଅଲଗା । କିନ୍ତୁ ଏହି ଦୁହିଁଙ୍କ ବିଚାରଧାରା ସମାନ । ଏମାନେ ରାଷ୍ଟ୍ର ସଂରଚନାକୁ ବିଶ୍ୱାସ କରନ୍ତି ନାହିଁ, ଏମାନେ ଗଣତନ୍ତ୍ରକୁ ବିଶ୍ୱାସ କରନ୍ତି ନାହିଁ । କାଶ୍ମୀରରେ ନିଜ ହିତ ଅନୁସାରେ ବିଜେପିକୁ ସମର୍ଥନ କଲେ ଏବଂ ଏଠାରେ ନିଜ ଲାଭ ପାଇଁ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫକୁ ସମର୍ଥନ କରୁଛନ୍ତି ।