ଦୁନିଆର ସବୁଠାରୁ ସୁନ୍ଦର ହସ୍ତାକ୍ଷର କାହାର ? ଭାରତ,ଆମେରିକା କି ୟୁରୋପ ନୁହେଁ, ଚର୍ଚ୍ଚାରେ ନେପାଳ ଝିଅ

Published By : Prameya-News7 Bureau | February 07, 2025 IST

ନୂଆଦିଲ୍ଲୀ ୭/୨: ଇଣ୍ଟରନେଟ୍‌ରେ ଆପଣ ଅନେକ ଥର ଅଲଗା ଅଲଗା ଷ୍ଟାଇଲ ଓ ଫଣ୍ଟରେ ଟାଇପ କରିଥିବେ । ପିଲାବେଳେ ସ୍କୁଲ ପଢିବା ସମୟରେ ଆମକୁ କୁହାଯାଇଥାଏ ସୁନ୍ଦର ହସ୍ତାକ୍ଷର ହେବା ନିହାତି ଦରକାର । କାହିଁକି ନା ପିଲା ପାଠରେ ଯେତେ ଟପ୍‌ ହେଲେ ମଧ୍ୟ ଯଦି ଲେଖିଥିବା ଅକ୍ଷର ଅସୁନ୍ଦର ଓ ବୁଝି ହେଉନଥିବ ତେବେ ମାର୍କ କଟିଯିବାର ଆଶଙ୍କା ଥାଏ । ସୁନ୍ଦର ହସ୍ତାକ୍ଷର ପାଇଁ ପିଲାଙ୍କୁ ଅନେକ ପ୍ରଶଂସା ସହ ପ୍ରାଇଜ ବି ମିଳିଥାଏ । ସେଥିପାଇଁ ଅନେକ ପିଲା ସୁନ୍ଦର ଓ ଗୋଲ ଗୋଲ ଲେଖିବାକୁ ପ୍ରାକ୍ଟିସରେ ଲାଗିପଡନ୍ତି । ଧିରେ ଧିରେ ବାରମ୍ବାର ପ୍ରାକ୍ଟିସ ଦ୍ବାରା ହେଡରାଇଟିଂ ସୁନ୍ଦର ହୋଇଯାଇଥାଏ । 

ହେଲେ ଆପଣ ଜାଣିଛନ୍ତି କି ଦୁନିଆରେ ସବୁଠାରୁ ସୁନ୍ଦର ହସ୍ତାକ୍ଷର କାହାର । ଚାଲନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ସେହି ଝିଅ ବିଷୟରେ ଯାହାର ହେଡରାଇଟିଂ ଦେଖିଲେ କଂପ୍ୟୁଟର ବି ଲାଜେଇ ଯିବ । ତାଙ୍କ ହେଡରାଇଟିଂକୁ ଯିଏ ଦେଖିଲେ  କହିବ କିଏ ଏତେ ସୁନ୍ଦର କେମିତି ଲେଖିପାରୁଛି । ଦୁନିଆରେ ସବୁଠାରୁ ସୁନ୍ଦର ହେଡରାଇଟିଂ ଆୱାର୍ଡ ମିଳିଥିବା ଝିଅ ଭାରତ-ଆମେରିକା କି ୟୁରୋପର ନୁହଁନ୍ତି । ସେ ହେଉଛନ୍ତି ନେପାଳର ପ୍ରକ୍ରିତି ମଲ୍ଲା । ସୁନ୍ଦର ଓ ଲୋଭନୀୟ ହସ୍ତାକ୍ଷର ପାଇଁ ସେ ଆଜି ଘରେ ଘରେ ପରିଚିତ । ବିଶ୍ବର ସବୁଠାରୁ ସୁନ୍ଦର ହସ୍ତାକ୍ଷର ତାଙ୍କର ।

ମାତ୍ର ୧୬ ବର୍ଷ ବୟସରେ ହାତର ଯାଦୁରେ କମାଲ କରିଦେଇଥିଲେ ।ତାଙ୍କର ଏକ ଆସାଇନମେଣ୍ଟ ଇଣ୍ଟରନେଟ୍‌ରେ ଝଡ ସୃଷ୍ଟି କରିଥିଲା । କାଗଜ ଉପରେ ତାଙ୍କର ହସ୍ତାକ୍ଷର ଏତେ ସୁନ୍ଦର ଥିଲା ଯେ ଯିଏ ଦେଖୁଥିଲା ନଜର ହଟାଇ ପାରୁନଥିଲା । ସୁନ୍ଦର ହସ୍ତାକ୍ଷର ପାଇଁ ସେ ରାତାରାତି ଷ୍ଟାର ହୋଇଯାଇଥିଲେ । ବିଶ୍ବର ହସ୍ତାକ୍ଷର ବିଶେଷଜ୍ଞ ମଧ୍ୟ ପ୍ରକୃତିଙ୍କ ହସ୍ତାକ୍ଷର ଦେଖି ଆଚମ୍ବିତ ହୋଇଯାଇଥିଲେ । ତାଙ୍କ ସାଇନକୁ ଦେଶର ସବୁଠାରୁ ସୁନ୍ଦର ସାଇନର ଆଖ୍ୟା ଦେଇଥିଲେ ନେପାଳ ସରକାର । ୫୧ ତମ ସ୍ପିଟିଟ ଅଫ ଦ ୟୁନିଅନ ଅବସରରେ ସଂଯୁକ୍ତ ଆରବ ଆମିରେଟର ନେତୃତ୍ବ ଓ ନାଗରିକ ପ୍ରକ୍ରିତିଙ୍କୁ ଏକ ପତ୍ର ଲେଖିଥିଲେ । ଯେଉଁଥିରେ ତାଙ୍କୁ ବିଶ୍ବର ସୁନ୍ଦର ହେଡରାଇଟିଂ ଆୱାର୍ଡ ମିଳିଥିଲା । ପ୍ରକୃତିଙ୍କୁ ସମ୍ମାନିତ କରିଥିଲା ନେପାଳ ସଶସ୍ତ୍ରବଳ । 

ପ୍ରକ୍ରିତିଙ୍କ ହେଣ୍ଡରାଇଟିଂକୁ ଦେଖିବା ପରେ ସମସ୍ତଙ୍କ ମୁହଁରୁ ଗୋଟିଏ କଥା ୱାଓ…ଏତେ ସୁନ୍ଦର ହସ୍ତାକ୍ଷର କଂପ୍ୟୁଟରକୁ ବି ମାତ୍‌ ଦେଇଦେବ । ସୁନ୍ଦର ହସ୍ତାକ୍ଷର ଲେଖିବା ସହିତ ଜଣେ ବ୍ରିଲିଆଣ୍ଟ ଛାତ୍ରୀ ମଧ୍ୟ ପ୍ରକ୍ରିତି ପ୍ରତିଦିନ ୨ ଘଣ୍ଟା ଲେଖା ପ୍ରାକ୍ଟିସ କରନ୍ତି ସେ । ଏହି ଅଭ୍ୟାସ ପାଇଁ ତାଙ୍କ ହାତଲେଖା ଏତେ ସୁନ୍ଦର ହୋଇପାରିଥିବା କହିଛନ୍ତି ପ୍ରକ୍ରିତି  । 

ଆଧୁନିକ ଯୁଗର ନୂଆ ଟେକ୍ନୋଲଜିରେ ଅଧିକାଂଶ କାମ ହାତ ନୁହେଁ ମେସିନ କରିଦେଇଥାଏ । କପ୍ୟୁଟର ଆସିବା ପରେ ଲୋକେ ଧିରେ ଧିରେ ଲୋକେ ହସ୍ତାକ୍ଷରକୁ ଭୁଲିଗଲେଣି । ମାତ୍ର ବିଶ୍ବରେ ଏବେବି ଅନେକ କଂପ୍ୟୁଟର ଟାଇପିଂ ଭଳି ସୁନ୍ଦର ହସ୍ତାକ୍ଷର ଲେଖନ୍ତି । ପ୍ରକ୍ରିତିଙ୍କ ହାତର ଯାଦୁ ହିଁ ଏହାର ପ୍ରମାଣ । 


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.