ରାଜସ୍ୱ ଓ କୃଷି ଅଧିକାରୀଙ୍କ ମିଳିତ ସହଯୋଗରେ କ୍ଷୟକ୍ଷତି ଆକଳନ, ଚାଷୀକୁ ସର୍ବନିମ୍ନ ୧୦୦୦ ଟଙ୍କା ମିଳିବ

Published By : Prameya-News7 Bureau | October 26, 2024 IST

ଭୁବନେଶ୍ବର ୨୬।୧୦: ବାତ୍ୟା ‘ଦାନା’ ଦୁର୍ବଳ ହୋଇ ଓ୍ବେଲ୍ ମାର୍କଡ୍ ଲୋ ପ୍ରେସରରେ ରହିଛି । ବାତ୍ୟା ପରବର୍ତ୍ତୀ ଚାଷ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି କୃଷି ସଚିବ ଅରବିନ୍ଦ ପାଢ଼ୀ । ଅରବିନ୍ଦ ପାଢ଼ୀ କହିଛନ୍ତି, ରାଜସ୍ୱ ଓ କୃଷି ଅଧିକାରୀଙ୍କ ମିଳିତ ସହଯୋଗରେ  କ୍ଷୟକ୍ଷତି ଆକଳନ କରାଯିବ । ତେବେ ଅଧା ହେକ୍ଟର ଚାଷ ଜମି ନଷ୍ଟ ହୋଇଥିଲେ ୪୨୦୦ ଟଙ୍କା ସହାୟତା ମିଳିବ । ଅଳ୍ପ କିଛି କ୍ଷତି ହୋଇଥିଲେ ସର୍ବନିମ୍ନ ୧୦୦୦ ଟଙ୍କା ମିଳିବ । ଜଳ ସେଚିତ ଜମିରେ ଫସଲ ନଷ୍ଟ ହୋଇଥିଲେ ଚାଷୀଙ୍କୁ ୧୭,୦୦୦ ଟଙ୍କା ମିଳିବ । ସେହି ଜମିରେ ଛୋଟ ଚାଷୀଙ୍କୁ ସର୍ବନିମ୍ନ ୨୦୦୦ ଟଙ୍କା ମିଳିବ । ଆଗ୍ରୋ ଫରେଷ୍ଟ/ପ୍ଲାଣ୍ଟସନ ଚାଷ ନଷ୍ଟ ହୋଇଥିଲେ ହେକ୍ଟର ପିଛା ୨୨୫୦୦ ଟଙ୍କା ମିଳିବ । ଅତିକମ୍‌ରେ ୨୫୦୦ ଟଙ୍କା ଚାଷୀଙ୍କୁ ମିଳିବ ବୋଲି କୃଷି ସଟିବ କହିଛନ୍ତି ।

You Can Read:

SRCଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.