ଭୁବନେଶ୍ବର ୧୯।୧୨: କଟକ ଶିଶୁ ଭବନ ସମ୍ମୁଖରୁ ହଟିବ ଜବରଦଖଲ । ଶିଶୁ ଭବନ ପ୍ରବେଶ ଦ୍ୱାରକୁ ଅବରୋଧ ମୁକ୍ତ କରିବା ଲାଗି ଶୁକ୍ରବାର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଉଭୟ କଟକ ଡିସିପି ଏବଂ ସିଏମସି କର୍ତ୍ତୃପକ୍ଷ ହାଇକୋର୍ଟଙ୍କୁ ପ୍ରତିଶୃତି ଦେଇଛନ୍ତି । ତେବେ ଶିଶୁ ଭବନ ଭିତରେ ନିର୍ମିତ ହୋଇସାରିଥିବା ୨ ବୃହତ୍ତ ଅଟ୍ଟାଳିକା କେବେ କାର୍ଯ୍ୟକ୍ଷମ ହେବ ବୋଲି ହାଇକୋର୍ଟ ପ୍ରଶ୍ନ କରିଛନ୍ତି, ଯାହା ଉପରେ କୈଫତ ଦେବାଲାଗି ସ୍ୱାସ୍ଥ୍ୟ ସଚିବ ବ୍ୟକ୍ତିଗତ ଭାବେ ହଜାର ହୋଇଥିଲେ ସେ କହିଥିଲେ, ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ମିଳିବା କ୍ଷଣି ବିଲଡିଂ କାର୍ଯ୍ୟକ୍ଷମ ହେବ ।
କଟକ ସହର ସମସ୍ୟା ସମ୍ପର୍କିତ ମାମଲାର ଶୁଣାଣି ବେଳେ ମୁଖ୍ୟତଃ ୩ଟି ପ୍ରସଙ୍ଗ ଉତ୍ଥାପନ କରାଯାଇଛି । ସେଥିମଧ୍ୟରୁ ଏସସିବି ମେଡ଼ିକାଲରେ ଡାକ୍ତର ଅଭାବ, ରୋଗୀଙ୍କ ଆଟେଣ୍ଡାଣ୍ଟ ମାନଙ୍କ ପାଇଁ ଆଶ୍ରୟସ୍ଥଳ ନିର୍ମାଣ ଏବଂ ସିଟି ସ୍କାନ ଓ ଏମଆରଆଇ ମେସିନ କାର୍ଯ୍ୟକ୍ଷମ କରାଯିବା ଉପରେ ଆଡ଼ଭୋକେଟ୍ କମିଟି କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛି, ସେସବୁର ଶୀଘ୍ର ସମାଧାନ କରାଯିବ ବୋଲି ସ୍ୱାସ୍ଥ୍ୟ ସଚିବ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ।
You Can Read: