ଫିଲ୍ମଷ୍ଟାରଙ୍କ ଠାରୁ ମଧ୍ୟ ଅଧିକ ଲୋକପ୍ରିୟ ପ୍ରଧାନମନ୍ତ୍ରୀ, ଜୟା କହିଲେ-ମୋଦିଙ୍କ ନାଁ’ରେ ଜିତୁଛନ୍ତି ନିର୍ବାଚନ

Published By : Prameya-News7 Bureau | March 20, 2025 IST

ନୂଆଦିଲ୍ଲୀ ୨୦।୩: ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ତଥା ଅଭିନେତ୍ରୀ ଜୟା ବଚ୍ଚନ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ଦେଶରେ ଫିଲ୍ମଷ୍ଟାରଙ୍କ ଠାରୁ ମଧ୍ୟ ମୋଦି ଅଧିକ ଲୋକପ୍ରିୟ । ମୋଦିଙ୍କ ନାଁରେ ହିଁ ବିଜେପି ନେତା ନିର୍ବାଚନ  ଜିତୁଛନ୍ତି ବୋଲି ଜୟା କହିଛନ୍ତି । 

ଏକ ଟିଭି କାର୍ଯ୍ୟକ୍ରମରେ  ଜୟା କହିଥିଲେ, ସେ ବିରୋଧୀ ଦଳରେ ଥିଲେ ବି ଏହା ସତ ଯେ ଶାସକ ଦଳର ନେତା ଫିଲ୍ମଷ୍ଟାର ହୁଅନ୍ତୁ  ବା ଅନ୍ୟ କେହି, ସେମାନେ ନିଜ ଦମ୍‌ରେ ନିର୍ବାଚନ  ଜିତିନାହାନ୍ତି । କେବଳ ମୋଦିଙ୍କ ନାଁ କାରଣରୁ ସେମାନେ  ବିଜୟୀ ହୋଇଛନ୍ତି । ଯଦି ଆପଣ ଅଭିନେତା ତେବେ  ଦର୍ଶକ ଆପଣଙ୍କୁ ଦେଖିବାକୁ ଆସିବେ । ସେମାନେ  ଆପଣଙ୍କୁ ଭୋଟ ଦିଅନ୍ତୁ କି ନା, କିନ୍ତୁ ଭେଟିବାକୁ ନିଶ୍ଚୟ ଆସିବେ । ରାଜନୀତିରେ ଲୋକେ ଚାହାନ୍ତି ଭିଡ଼ ହେଉ  ଏବଂ ସେମାନଙ୍କ କଥା ଶୁଣନ୍ତୁ । 

କିନ୍ତୁ ପ୍ରଥମେ ଆପଣଙ୍କୁ  ଲୋକଙ୍କୁ ଭେଟିବାକୁ ହେବ । ପରେ ଯାଇ ଲୋକେ  ଆପଣଙ୍କ କଥା ଶୁଣିବେ । ଜୟା ବଚ୍ଚନ ଆହୁରି କହିଥିଲେ ଯେ, ତାଙ୍କୁ ସଂସଦରେ ସବୁଦିନ ଦେଖିବା ପରେ ଅନେକ ପ୍ରଶ୍ନ କରନ୍ତି ଯେ, ଆପଣ ଆଜି ବି ଆସିଛନ୍ତି? ଆପଣ  ସବୁଦିନ ଆସୁଛନ୍ତି? ଏହି ପ୍ରଶ୍ନ ବେଶ୍‌ କଷ୍ଟ ଦିଏ । କାରଣ   ସଂସଦକୁ ସେ ଜଣେ ଅଭିନେତ୍ରୀ ଭାବେ ନୁହେଁ ବରଂ   ସାମାଜିକ ଭାବେ କିଛି କରିବାକୁ ଚାହୁଁଥିବାରୁ ଆସିଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.