ନୂଆଦିଲ୍ଲୀ ୨୯।୦୭: ଆରମ୍ଭ ହୋଇଛି ପବିତ୍ର ଶ୍ରାବଣ ମାସ । ହିନ୍ଦୁ ଧର୍ମରେ ଏହି ମାସର ରହିଛି ଖୁବ୍ ମହତ୍ବ । ଶ୍ରାବଣ ମାସରେ ଅନେକ ଲୋକ ଆମିଷ ଖାଇବା ବନ୍ଦ ଛାଡିଦିଅନ୍ତି । କିନ୍ତୁ ଏହା କେବଳ ଧାର୍ମିକ ମାନ୍ୟତା ନା ଏହାପଛରେ ରହିଛି ବୈଜ୍ଞାନିକ କାରଣ ? ଆସନ୍ତୁ ଜାଣିବା…
ବୈଜ୍ଞାନିକଙ୍କ ଅନୁଯାୟୀ ମୌସୁମୀରେ ପ୍ରବଳ ବର୍ଷା ହୁଏ । ଏଥିପାଇଁ ବାୟୁରେ ଆର୍ଦ୍ରତା ବଢିଯାଇଥାଏ । ଏହାପରେ ଫଙ୍ଗଲ୍ ଇନଫେକ୍ସନ ହେବାର ଆଶଙ୍କା ବଢିଥାଏ । ବର୍ଷା ଋତୁରେ ପରିବେଶରେ ଆର୍ଦ୍ରତା ବଢିଯାଏ, ଯେଉଁଥିପାଇଁ ହଜମ ଶକ୍ତି ଦୁର୍ବଳ ହୋଇଯାଏ । ଆଉ ଆମିଷ ଖାଦ୍ୟ ହଜମ କରିବାକୁ ଅଧିକ ସମୟ ନେଇଥାଏ ।
କେବଳ ଯେ ଦୁର୍ବଳ ହଜମ ହେତୁ ଖାଦ୍ୟ ହଜମ ହୁଏନି ତା ନୁହେଁ ପେଟ ସମ୍ବନ୍ଧୀୟ ସମସ୍ୟା ଏବଂ ଫୁଡ ପଏଜନିଙ୍ଗ ହେବାର ଆଶଙ୍କା ବଢିଯାଏ । ବର୍ଷା ହେତୁ କୀଟ ପତଙ୍ଗଙ୍କ ସଂଖ୍ୟା ବହୁତ ବୃଦ୍ଧି ପାଇଥାଏ । ଏହା ମଣିଷ ତଥା ପଶୁମାନଙ୍କୁ ମଧ୍ୟ ପ୍ରଭାବିତ କରିଥାଏ । ତେଣୁ ଏହି ସମୟରେ ଜୀବଜନ୍ତୁଙ୍କ ମାଂସ ଖାଇବା ଶରୀରକୁ କ୍ଷତି ପହଞ୍ଚାଇପାରେ ।
ବର୍ଷା ସମୟରେ ଜଳ ଦୂଷିତ ହୁଏ । ଏହା ମାଛ ଉପରେ ମଧ୍ୟ ପ୍ରଭାବ ପକାଇଥାଏ, ତେଣୁ ବର୍ଷା ଋତୁରେ ମାଛ ଖାଇବା ମଧ୍ୟ ଉଚିତ୍ ନୁହେଁ । ମାଛ, ପଶୁ ଏବଂ ପକ୍ଷୀମାନଙ୍କ ପାଇଁ ଏହା ହେଉଛି ପ୍ରଜନନ ସମୟ । ଏପରି ସ୍ଥିତିରେ ଯଦି କେହି କୌଣସି ଗର୍ଭବତୀ ଜୀବକୁ ଖାଏ, ତେବେ ସେ ହରମୋନାଲ ସମସ୍ୟାର ମଧ୍ୟ ସମ୍ମୁଖୀନ ହୋଇପାରନ୍ତି । ତେଣୁ ଶ୍ରାବଣ ମାସରେ ଆମିଷ ଖାଇବାକୁ ବାରଣ କରାଯାଇଛି ।