ସାପ୍ତାହିକ ହାଟରେ ଯୋଗାଣ ବିଭାଗର ଚଢାଉ, ଆଳୁ କିଲୋ ପ୍ରତି ୩୫ଟଙ୍କାରୁ ଅଧିକ ଦରରେ ବିକ୍ରି ନକରିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | October 23, 2024 IST

ବାଲିପାଟଣା ୨୩।୧୦: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଦାନା’ ।  ‘ଦାନା’କୁ ନେଇ ବଢିଛି ଭୟ । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ କଳାବଜାରୀ ବଢିଛି । ଏହି ପରିପ୍ରେକ୍ଷୀରେ ବାଲିପାଟଣା ବ୍ଲକ୍ ଯୋଗାଣ ବିଭାଗ ପକ୍ଷରୁ କଳାବଜାରୀ ବ୍ୟବସାୟୀଙ୍କ ଉପରେ ଚଢାଉ କରାଯାଇଛି । ବାତ୍ୟା ପାଇଁ କିଛି ସ୍ଥାନରେ ଆଳୁ ଚଢା ଦରରେ ବିକ୍ରି ହେଉଥିବା ଅଭିଯୋଗ ପରେ ବ୍ଳକ୍ ଯୋଗାଣ ଅଧିକାରୀ ନେତ୍ରାନନ୍ଦ ବେହେରା ବିଭିନ୍ନ ବଜାରରେ ଚଢାଉ କରିଛନ୍ତି । ବାଲିପାଟଣା ବ୍ଲକ୍ ବସନ୍ତମାଳ ସାପ୍ତାହିକ ହାଟରେ ଆଳୁ ଚଢ଼ା ଦରରେ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଯୋଗାଣ ଅଧିକାରୀ ବସନ୍ତ ମାଳ ସାପ୍ତାହିକ ହାଟରେ ପହଞ୍ଚି କଳାବଜାରୀ ବ୍ୟବସାୟୀଙ୍କୁ ତାଗିଦ କରିଛନ୍ତି । ଆଳୁ କିଲୋ ପ୍ରତି ୩୫ ଟଙ୍କାରୁ ଅଧିକ ଦରରେ ବିକ୍ରି ନକରିବା ପାଇଁ ଯୋଗାଣ ଅଧିକାରୀ କହିଛନ୍ତି । ଯଦି କୌଣସି ସ୍ଥାନରେ ଚଢା ଦରରେ ଆଳୁ ବିକ୍ରି ହେଉଛି ତେବେ ତୁରନ୍ତ ବ୍ଲକ୍ ପ୍ରଶାସନ ନିକଟରେ ଅଭିଯୋଗ ପାଇଁ ଯୋଗାଣ ଅଧିକାରୀ  ପରାମର୍ଶ ଦେଇଛନ୍ତି । 


You Can Read:

ରେଡ୍ ଆଲର୍ଟ ପରେ ଜିଲ୍ଲା ପ୍ରଶାସନ ତତ୍ପର, ODRAFର ୩ ଟିମ୍ ପ୍ରସ୍ତୁତ

 

 

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.