ଭୁବନେଶ୍ବର: ପୁଣି ବଢ଼ିପାରେ ଧାନର ସହାୟକ ମୂଲ୍ୟ। ଧାନ ସହ ଡାଲି ଓ ତୈଳ ଜାତୀୟ ଦ୍ରବ୍ୟର ବି ସହାୟକ ମୂଲ୍ୟ ବୃଦ୍ଧି କରିପାରନ୍ତି କେନ୍ଦ୍ର ସରକାର। ଶୁକ୍ରବାର ଏ ପ୍ରସଙ୍ଗରେ ପୂର୍ବ ଭାରତ ରାଜ୍ୟ ସମୂହ ବୈଠକରେ କେନ୍ଦ୍ର ପାଖରେ ପ୍ରସ୍ତାବ ରଖିଛନ୍ତି ବିଭିନ୍ନ ରାଜ୍ୟର ପ୍ରତିନିଧି ମଣ୍ଡଳ।
ଏହିକ୍ରମରେ ରାଜ୍ୟ ଅତିଥି ଭବନରେ ବସିଥିବା ଏକ ବୈଠକରେ Commision for agriculture costs and prices (CACP)ର ଅଧକ୍ଷ ପ୍ରଫେସର ବିଜୟ ପଲ ଶର୍ମା ଯୋଗଦେଇଥିବା ବେଳେ ଓଡ଼ିଶା, ଛତିଶଗଡ଼, ବିହାର, ପଶ୍ଚିମ ବଙ୍ଗ ଓ ଝାଡ଼ଖଣ୍ଡର ପ୍ରତିନିଧି ମଣ୍ଡଳ ଯୋଗ ଦେଇଥିଲେ। ଧାନ, ଗହମ, ଡାଲି ଓ ତୈଳ ଜାତୀୟ ଶସ୍ୟ କେଉଁ ରାଜ୍ୟରେ ଉତ୍ପାଦନ ଦର କେତେ ରହୁଛି ଏନେଇ ଏକ ତଥ୍ୟ କେନ୍ଦ୍ର ଆଗରେ ଉପସ୍ଥାପନ କରିଥିଲେ।
ଏହି ଅନୁପାତରେ ଏମଏସପିର ମୂଲ୍ୟ କେତେ ବୃଦ୍ଧି କରାଗଲେ ଚାଷୀ ଉପକୃତ ହେବେ ସେନେଇ ଆଲୋଚନା ହୋଇଥିଲା। ତେବେ ଖୁବ୍ ଶୀଘ୍ର ଲିଖିତ ଆକାରରେ ପ୍ରସ୍ତାବ କେନ୍ଦ୍ରକୁ ପଠାଯିବା ନେଇ ବିଭିନ୍ନ ରାଜ୍ୟର ପ୍ରତିନିଧି ମଣ୍ଡଳଙ୍କ ତରଫରୁ ସୂଚନା ଦେଇଛନ୍ତି।