ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ତୃତୀୟ ସୁଟର ଚିହ୍ନଟ, ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଜାରି

Published By : Prameya-News7 Bureau | October 13, 2024 IST

ମୁମ୍ଵାଇ ୧୩।୧୦; ଏନସିପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ତୃତୀୟ ସୁଟରଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ସୂଚନାନୁସାରେ, ତୃତୀୟ ସୁଟରଙ୍କ ନାମ ଶିବକୁମାର ଗୌତମ ଏବଂ ସେ ଉତ୍ତରପ୍ରଦେଶର ବାସିନ୍ଦା। ଶିବ ସୁଟରମାନଙ୍କୁ ଲିଡ୍‌ କରୁଥିଲା । ବର୍ତ୍ତମାନ ପୋଲିସ ଶିବକୁ ଖୋଜିବାରେ ବ୍ୟସ୍ତ ଅଛନ୍ତି।

ଦୁଇ ଅଭିଯୁକ୍ତ ୟୁପିରୁ ଏବଂ ଜଣେ ଅଭିଯୁକ୍ତ ହରିୟାଣାର

ବାବା ସିଦ୍ଦିକି ହତ୍ୟାକାଣ୍ଡରେ ସମ୍ପୃକ୍ତ ତିନିଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣ ଅଭିଯୁକ୍ତ ଉତ୍ତରପ୍ରଦେଶର ହୋଇଥିବାବେଳେ ଅନ୍ୟ ଜଣେ ଅଭିଯୁକ୍ତ ହରିୟାଣାର ବାସିନ୍ଦା। ଗିରଫ 

ପୁଣେରେ ସ୍କ୍ରାପ୍ ଡିଲର କାମ କରୁଥିଲେ

ସୂଚନାନୁସାରେ, ଫେରାର୍ ଅଭିଯୁକ୍ତ ଶିବ ପୁଣେର ଏକ ସ୍କ୍ରାପ୍ ଡିଲରଙ୍କ ନିକଟରେ ଗତ ୫ ରୁ ୬ ବର୍ଷ ଧରି କାର୍ଯ୍ୟ କରୁଥିଲେ। ସେ କିଛି ମାସ ପୂର୍ବରୁ କାମ ପାଇଁ ଧରମରାଜଙ୍କୁ ପୁଣେକୁ ଡାକିଥିଲେ। ସୁପାରି ଦେଉଥିବା ବ୍ୟକ୍ତି ସହ ଶିବ ଏବଂ ଧରମରାଜଙ୍କ ସହ ଗୁରୁମେଲଙ୍କୁ ପରିଚିତ କରାଇଥିଲେ। ଗୁରୁମେଲଙ୍କ ବିରୋଧରେ ହତ୍ୟା ମାମଲା ମଧ୍ୟ ପଞ୍ଜିକୃତ ହୋଇଛି। ବର୍ତ୍ତମାନ ଅବଶିଷ୍ଟ ଦୁଇ ଅଭିଯୁକ୍ତଙ୍କ ସମ୍ପର୍କରେ କୌଣସି ଅପରାଧିକ ରେକର୍ଡ ମିଳିପାରି ନାହିଁ, କିନ୍ତୁ ପୋଲିସ ଜାଣିବାକୁ ଚେଷ୍ଟା କରୁଛି। ମୁମ୍ବାଇ ପୋଲିସ ୟୁପି ପୋଲିସ ସହ ଯୋଗାଯୋଗ କରୁଛି। ଖୁବ୍‌ଶୀଘ୍ର ତାକୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.