ଡେରାଡୁନ ୧।୭: ପାର୍ବତୀୟ ରାଜ୍ୟ ଉତ୍ତରାଖଣ୍ଡ ସମେତ ଦେଶର ଅନ୍ୟ ରାଜ୍ୟମାନଙ୍କରେ ବାଘଙ୍କ ଉପରକୁ ଘନେଇଛି ବିପଦ। ୱାଇଲ୍ଡ ଲାଇଫ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ(ଡବ୍ଲୁସିସିବି) ବାଘ ଶିକାର ନେଇ ଆଶଙ୍କା ପ୍ରକାଶ କରିବା ସହିତ ଉତ୍ତରାଖଣ୍ଡର କର୍ବେଟ୍ ଓ ରାଜାଜୀ ନ୍ୟାସନାଲ ପାର୍କ ସମେତ ସାରା ଦେଶର ବ୍ୟାଘ୍ର ଅଭୟାରଣ୍ୟ ଲାଗି ରେଡ ଆଲର୍ଟ ଜାରି କରିଛନ୍ତି। ଡବ୍ଲୁସିସିବି ଆଡିଶନାଲ ଡାଇରେକ୍ଟର ଏଚ୍.ଭି. ଗିରିଶା ଏ ବାବଦେ ପତ୍ର ଜାରି କରିଛନ୍ତି। ଦେଶର ବିଭିନ୍ନ ଟାଇଗର ରିଜର୍ଭ ମାନଙ୍କରେ ଶିକାରୀମାନଙ୍କ ସକ୍ରିୟତାକୁ ନଜରରେ ରଖି ରାଜ୍ୟ ସରକାରଙ୍କ ଅଧିକାରୀଙ୍କୁ ଏଥିପ୍ରତି ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି।
ବର୍ଷାରେ ବେହାଲ ଗୁଜରାଟ: ଷ୍ଟେସନରେ ପଶିଲା ପାଣି, ଅନେକ ସହରରେ ବନ୍ୟା ସ୍ଥିତି
ନିକଟରେ ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗରେ ବାଘ ଶିକାରକୁ ନଜରରେ ରଖି କେନ୍ଦ୍ରୀୟ ବନ ଏବଂ ପରିବେଶ ମନ୍ତ୍ରାଳୟଙ୍କ ବନ୍ୟଜୀବ ସମ୍ପର୍କିତ ବନ୍ୟଜୀବ ଅପରାଧ ନିୟନ୍ତ୍ରଣ ବ୍ୟୁରୋ( ଡବ୍ଲୁସିସିବି) ସାରା ଦେଶର ଜଙ୍ଗଲମାନଙ୍କରେ ରେଡ ଆଲର୍ଟ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୁନ ୨୯ ତାରିଖ ଦିନ ଡବ୍ଲୁସିସିବି ଏହି ଆଲର୍ଟ ଜାରି କରିଥିବା ବେଳେ ଏଥିରେ ସ୍ପଷ୍ଟ ଭାବେ ଶିକାରୀଙ୍କ ଦଳ ବିଶେଷ କରି ଉତ୍ତରପ୍ରଦେଶର ସତୌରା, ଅମାନଗଡ଼ ଓ ପିଲଭିତ ସେହିପରି ମହାରାଷ୍ଟ୍ରର ତାଡୋବା, ଗଡଚିରୌଲୀ ଓ ଚନ୍ଦ୍ରପୁର, ମଧ୍ୟପ୍ରଦେଶର ପେଞ୍ଚ ଓ ବାଲାଘାଟ, ବିହାରର ବାଲ୍ମିକୀ ସମେତ ଉତ୍ତରାଖଣ୍ଡର ରାଜାଜୀ ଓ କର୍ବେଟ୍ ଆଖପାଖରେ ସକ୍ରିୟ ଥିବା ସୂଚିତ କରିଛନ୍ତି।
{"id":811246,"sizeSlug":"full","linkDestination":"none"}ଏଣୁ ସବୁ ବ୍ୟାଘ୍ର ଅଭୟାରଣ୍ୟର କ୍ଷେତ୍ରୀୟ ନିର୍ଦ୍ଦେଶକଙ୍କୁ ସମ୍ବେଦନଶୀଳ ଅଞ୍ଚଳରେ ତୁରନ୍ତ ପାଟ୍ରୋଲିଂ ବଢାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଟେଣ୍ଟ, ମନ୍ଦିର, ରେଳଷ୍ଟେସନ ଓ ଅନ୍ୟ ସାର୍ବଜନିକ ଆଶ୍ରୟରେ ରହୁଥିବା ସନ୍ଦିଗ୍ଧ ପରିବ୍ରାଜକଙ୍କ ଉପରେ ନଜର ରଖିବାକୁ ମଧ୍ୟ କହିଛନ୍ତି। ଆବଶ୍ୟକ ପଡିଲେ ଏପରି ଲୋକଙ୍କ ତଲାସୀ ନେବାକୁ ଓ ଏ ବାବଦେ ସତର୍କ ରହିବା ପାଇଁ ପୋଲିସକୁ ମଧ୍ୟ ସୂଚିତ କରାଯାଇଛି। ଏହା ଛଡା ସେପରି ଅଞ୍ଚଳ ଯେଉଁ ରାସ୍ତା ଦେଇ ସହଜରେ ଜଙ୍ଗଲକୁ ପ୍ରବେଶ କରିହେବ ସେହି ଅଞ୍ଚଳ ଉପରେ ମଧ୍ୟ ନଜର ରଖିବାକୁ କୁହାଯାଇଛି।
ମୌସୁମୀ ଆରମ୍ଭରୁ ବର୍ଷା ବିତ୍ପାତ; ହିମାଚଳ ପ୍ରଦେଶରେ ୨୪ ମୃତ, ୫୦ରୁ ଅଧିକ ଆହତ
ଉଲ୍ଲେଖଯୋଗ୍ୟ ଯେ ସାରା ଦେଶକୁ ମୌସୁମୀ ପହଞ୍ଚି ସାରିଲାଣି। ଦେଶରେ ବର୍ଷା ଋତୁ ଆରମ୍ଭ ସହ ବନାଞ୍ଚଳରେ ଜୀବଜନ୍ତୁଙ୍କ ସୁରକ୍ଷା ଦେଶର ବନ ବିଭାଗଙ୍କ ଲାଗି କୌଣସି ଆହ୍ୱାନରୁ କମ୍ ନୁହେଁ। ଗୋଟିଏ ପଟେ ବର୍ଷା ଦିନ ଯୋଗୁ ଶିକାରୀ ସକ୍ରିୟ ହୋଇଉଠିଥିବା ବେଳେ ସେମାନେ ଜଙ୍ଗଲରେ ଅନୁପ୍ରବେଶ ପ୍ରୟାଶ ଆରମ୍ଭ କରିଦେଇଛନ୍ତି। ବର୍ଷାଦିନେ ବନାଞ୍ଚଳର ମାଟି ରାସ୍ତାରେ ପାଣି ଭରି ଯିବା ଯୋଗୁ ବନ କର୍ମଚାରୀଙ୍କୁ ପାଟ୍ରୋଲିଂ କରିବା ଅସୁବିଧା ହେଉଥିବାରୁ ଶିକାରୀ ଏହାର ଫାଇଦାନେବାକୁ ନିଜକୁ ପ୍ରସ୍ତୁତ କରିନେଇଛନ୍ତି।