ଚନ୍ଦ୍ରଗିରି ବନାଞ୍ଚଳରେ ବୁଲୁଛି ମହାବଳ, ଅଭୟାରଣ୍ୟ ପାଦଦେଶରେ ପଡିଛି ପାଦଚିହ୍ନ

Published By : Prameya-News7 Bureau | November 15, 2024 IST

ମୋହନା ୧୫/୧୧: ଗାଁରେ ବୁଲୁଛି ମହାବଳ । ଗଜପତି ଜିଲ୍ଲା ଚନ୍ଦ୍ରଗିରି ବନାଞ୍ଚଳରେ ମହାବଳ ବାଘ ବୁଲୁଛି । ଗାଁ ପାଖ ଫାର୍ମରେ ଗତ କିଛି ଦିନ ହେଲା ଘୁରି ବୁଲୁଛି ମହାବଳ ବାଘ ।  

ଗୁରୁବାର ପର୍ଯ୍ୟନ୍ତ ଘୋଡ଼ାହାଡ଼ ଡ୍ୟାମ, ବାଦପୁର, ଜାନଆମ୍ବ ଓ ପୁରୁଣାପାଣି ଅଞ୍ଚଳରେ ବାଘ ବୁଲୁଥିବା ନେଇ ବନ ବିଭାଗ ସୂଚନା ଦେଇଥିଲା । ଲଖାରୀ ଅଭୟାରଣ୍ୟ ପାଦଦେଶରେ ଥିବା ଆକିଲି ଫାର୍ମରେ ବାଘ ପାଦଚିହ୍ନ ପଡ଼ିଥିବା ଦେଖିବାକୁ ମିଳିଛି । ଖବର ଜଣାପଡିବା ପରେ ଚାନ୍ଦିପୁଟ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ପାଦଚିହ୍ନ ଯାଞ୍ଚ କରିଛନ୍ତି । 

ସୂଚନା ଥାଉକି, ଗତ କିଛି ଦିନ ହେବ ଏଠାରେ ବାଘ ବୁଲୁଥିବାର ଖବର ଶୁଣିବାକୁ ମିଳିଥିଲା । ଚିକିଟି ଦିଗପହଣ୍ଡି ରାସ୍ତା ଜକର ନିକଟରେ ବାଘ ପାଦ ଚିହ୍ନ ଠାବ ହୋଇଥିଲା । ଚିକିଟି- ଦିଗପହଣ୍ଡି ରାସ୍ତା ଜକର ନିକଟରେ ବାଘର ପାଦ ଚିହ୍ନ ଠାବ ପାଦ ଚିହ୍ନ ଦେଖିବାକୁ ସେଠାରେ ଲୋକେ ଭିଡ଼ ଜମାଇଥିବାବେଳେ ଏହାକୁ ନେଇ ଭୟଭୀତ ମଧ୍ୟ ଅଛନ୍ତି ସ୍ଥାନୀୟ ବାସିନ୍ଦା। ତେବେ ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। 

ବାଘ ଗୋଳନ୍ଥରା ନିକଟ ଜାତୀୟ ରାଜପଥ ପାର ହେବା ଏକ ଭିଡିଓ ଭାଇରାଲ ହୋଇଥିଲା। ହେଲେ ଏପର୍ଯ୍ୟନ୍ତ ବାଘକୁ ଠାବ କରାଯାଇନଥିଲା । ଗୋଳନ୍ଥରାରେ ଛେଳି ମୃତ୍ୟୁକୁ ନେଇ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।ସ୍ଥାନୀୟ ଗୋବିନ୍ଦପୁର ପନାଡ଼ ଗାଁରେ ୪ଟି ଛେଳିଙ୍କୁ କ୍ଷତାକ୍ତ ଅବସ୍ଥାରେ ପାଇଥିଲେ ଗ୍ରାମବାସୀ। 



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.