ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରେ ଡକାୟତି, ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ଲୁଟିନେଲେ ନଗଦ ଟଙ୍କା

Published By : Prameya-News7 Bureau | November 15, 2024 IST

କୁଚିଣ୍ଡା ୧୫।୧୧: ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗରପୋଷ ଫାଣ୍ଡି ସାନ ଡୁମେରମୁଣ୍ଡା ଗ୍ରାମରେ ଲୁଟ୍ । ଅବସରପ୍ରାପ୍ତ ସେନା କର୍ମଚାରୀ ସରୋଜ ନାୟକଙ୍କ ବାସଭବନରେ ସଶସ୍ତ୍ର ଡକାୟତି ହୋଇଥିବା ଜଣାପଡିଛି । ପ୍ରାୟ ୬ଜଣ ବନ୍ଧୁକଧାରୀ ଡକାୟତ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଗହଣା ଓ ନଗଦ ଟଙ୍କା ଲୁଟି ନେଇଛନ୍ତି । ଗରପୋସ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଗୁରୁବାର ବିଳମ୍ବିତ ରାତିରେ ସରୋଜ ନାୟକଙ୍କ ଘରେ ଡକାୟତ ମାନେ ପଶି ବନ୍ଧୁକ ମୁନରେ ଲୁଟ୍ କରିଥିଲେ । ଲୁଟ୍ ପରେ ଅଭିଯୁକ୍ତ ମାନେ ଫେରାର ହୋଇଯାଇଛନ୍ତି ।

You Can Read:

ଜଙ୍ଗଲ ଅଧିକାର ସ୍ୱୀକୃତ ଆଇନ ପୋର୍ଟାଲର ଶୁଭରମ୍ଭ କଲେ ମୁଖ୍ୟମନ୍ତ୍ରୀ, ପେସା ଆଇନ ଲାଗୁ ପୂର୍ବରୁ ଲୋକଙ୍କ ମତ ନେବେ ରାଜ୍ୟ ସରକାର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.