ସମ୍ବଲପୁର ୨୨।୧୦ : ହୀରାକୁଦରେ ଜୟପୁର MNIT ( Malaviya National Institute of Technology ) । ହୀରାକୁଦ ବନ୍ଧ ଗସ୍ତରେ MNITର ୬ ଜଣିଆ ଟିମ୍ । ଏହି ଗସ୍ତ ଅବସରରେ ହୀରାକୁଦ ବନ୍ଧରେ ଭୂକମ୍ପ ନିରୋଧ ଶକ୍ତି କେତେ ରହିଛି । ତାହାର ପରୀକ୍ଷା କରିବା ଲାଗି ଆଜି ପହଞ୍ଚିଛନ୍ତି ଏହି ଟିମ୍ ।
ଖବର ଅନୁଯାୟୀ, ମଙ୍ଗଳବାର ଜୟପୁର MNIT ( Malaviya National Institute of Technology )ର ଏକ ବିଶେଷଜ୍ଞ ଦଳ ଆସି ପହଞ୍ଚିଛନ୍ତି । ଏହି ଗସ୍ତ ଅବସରରେ ହୀରାକୁଦ ବନ୍ଧର ସ୍ଥିତି ଯାଞ୍ଚ କରିଛନ୍ତି | ସ୍ଥିତି ଅନୁଧ୍ୟାନ କରି ଏହାର ସୁରକ୍ଷା ନେଇ ଏକ ପାଇଲଟ ଷ୍ଟଡି ରିପୋର୍ଟ ସରକାରଙ୍କୁ ଦେବ । ଏହାପରେ ଏହି ରିପୋର୍ଟ ଅନୁସାରେ ହୀରାକୁଦର ସୁରକ୍ଷା ଓ ନିରାପତ୍ତା ପାଇଁ ପ୍ରସ୍ତାବ ଦେବ l ଏହି ଦଳରେ ଆଇଆଇଟି ଚେନ୍ନାଇରୁ ଜଣେ, ଭାରତ ସରକାରଙ୍କର ଜଳ ମିଶନରୁ ଜଣେ ଓ ଓଡିଶା ସରକାରଙ୍କର ଡ୍ୟାମ ସେଫ୍ଟି ଚିଫ ଇଂଜିନିୟର ମଧ୍ୟ ସାମିଲ ଅଛନ୍ତି ।