କୁଚିଣ୍ଡା ୧୩।୧୨: ପୁଣି ଅଲୋଡା ହେଲା ନବଜାତ ଶିଶୁପୁତ୍ର । ନବଜାତ ଶିଶୁକୁ ଅଲୋଡ଼ା ମନେ କରି ଅଖା ବସ୍ତାରେ ଗୋଡାଇ ଫିଙ୍ଗି ଦେଲେ । ଏଭଳି ଏକ ଘୃଣ୍ୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଖଣ୍ଡୋକଟା ଗାଁରେ । ଗାଁ ପୋଖରୀ ହୁଡ଼ାରୁ ମିଳିଛି ଅଖା ବସ୍ତାରେ ବନ୍ଧାହୋଇ ପଡିଥିବା ନବଜନ୍ମିତ ଶିଶୁ ପୁତ୍ରର ମୃତଦେହ ।
ଶୁକ୍ରବାର ଅପରାହ୍ନ ପ୍ରାୟ ୨ଟା ବେଳେ ଅଖା ବସ୍ତା ଚାରିପଟେ କୁକୁର ବୁଲି ଟଣାଓଟରା କରୁଥିବାରୁ ଗ୍ରାମବାସୀଙ୍କର ସନ୍ଦେହ ହୋଇଥିଲା । ଗ୍ରାମବାସୀ ଦ୍ୱାରା ଅଖା ବସ୍ତା ଖୋଲିଥିବା ବେଳେ, ସେଥିରୁ ନବଜାତକର ମୃତଦେହ ଉଦ୍ଧାର ହୋଇଛି । ହେଲେ କିଏ କେଉଁ ପରିସ୍ଥିତିରେ କାହିଁକି ଶିଶୁପୁତ୍ରକୁ ଫିଙ୍ଗିଥିଲା ତାହା ସ୍ବଷ୍ଟ ଜଣାପଡିନାହିଁ । ତେବେ ଘଟଣାସ୍ଥଳରେ କୁଚିଣ୍ଡା ପୋଲିସ ପହଞ୍ଚି ଶିଶୁପୁତ୍ରର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ତଦନ୍ତ ଜାରି ରଖିଛି ।
You Can Read:
ନାବାଳିକା ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ୨୦ବର୍ଷ ଜେଲ୍ଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା