ସମ୍ବଲପୁର ୧୪/୧୧: ପ୍ରଥମେ ହାଇକୋର୍ଟ ଖାରଜ କରିଥିଲେ ଏବେ ସୁପ୍ରିମକୋର୍ଟ । ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ସୁପ୍ରିମ ଝଟ୍କା । ଜୟନାରାୟଣଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି ନେତାଙ୍କ ବ୍ୟବହାର ଉଦାହରଣ ହେବା ଉଚିତ । ମହିଳା ଆଇଆଇସିଙ୍କୁ ମାଡ଼ ଘଟଣାରେ ଆଗୁଆ ଜାମିନ ମାଗିଥିଲେ ଜୟନାରାୟଣ । ୟା ପୂର୍ବରୁ ତାଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଥିଲେ । ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ସେ । ସେଠାରୁ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଛି । ଗତ ବର୍ଷ ଫେବ୍ରୁଆରୀ ୧୫ରେ ସମ୍ବଲପୁରରେ ଘଟିଥିଲା ଘଟଣା । ପରସ୍ପର ନାଁରେ ମାଡ ମାରିବାର ଅଭିଯୋଗ ଆଣିଥିଲେ ଜୟନାରାୟଣ ଓ ଆଇଆଇସି ।
‘ବଟେଙ୍ଗେ ତୋ କଟେଙ୍ଗେ’କୁ ପଙ୍କଜା ମୁଣ୍ଡେଙ୍କ ପରେ ଏବ...