ନୂଆଦିଲ୍ଲୀ ୨୨।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆଦାନୀ ସମୂହ ଉପରେ ପୁଣି ଥରେ ଗୁରୁତର ଅଭିଯୋଗ ଆଣିଛନ୍ତି। ରାହୁଲ ଏ ନେଇ ଏକ ଟ୍ୱିଟ୍ କରିଥିବା ବେଳେ ମୋଦି ସରକାର ଓ ଆଦାନୀଙ୍କ ମଧ୍ୟରେ ଭ୍ରଷ୍ଟାଚାରର ବିପଦଜନକ ଖେଳ ଚାଲିଥିବା ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ଏଥିରେ ଦେଶର ଜାତୀୟ ସମ୍ପତ୍ତି ଆଦାନୀଙ୍କୁ ଦିଆଯାଉଥିବା ବେଳେ ଏହାର କ୍ଷତି ସାଧାରଣ ଜନତାଙ୍କୁ ସହିବାକୁ ପଡୁଛି।
ରାହୁଲ ଉଲ୍ଲେଖ କରିଛନ୍ତି ‘ଆଦାନୀ ମୋଦିଜୀଙ୍କୁ ପାଣ୍ଠି ଦେଉଛନ୍ତି ବଦଳରେ ମୋଦି ତାଙ୍କୁ ଜାତୀୟ ସମ୍ପତ୍ତି ଅର୍ପଣ କରୁଛନ୍ତି। ଉଭୟ ସର୍ବ ପ୍ରଥମେ ନିଜକୁ ସୁରକ୍ଷିତ କରୁଛନ୍ତି , ତେବେ ଏଥି ପାଇଁ ଭାରତୀୟଙ୍କୁ ମୂଲ୍ୟ ଦେବାକୁ ପଡୁଛି’। ରାହୁଲ ଲେଖିଛନ୍ତି ଯେ ଯେବେ ଆଦାନୀ ଲାଞ୍ଚ ଦେଇ ମହାଙ୍ଗା ବିଜୁଳି ବିକିବାକୁ ଡିଲ କରୁଛନ୍ତି ଏଥି ପାଇଁ ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ଜନତାଙ୍କୁ ଭରିବାକୁ ପଡୁଛି। ସେହିପରି ଯେବେ ଆଦାନୀଙ୍କ ଦୁର୍ନୀତି ସାମ୍ନାକୁ ଆସୁଛି ତାଙ୍କ ସେୟାରର ଦର ହ୍ରାସ ହେଉଛି ଏଥିରେ ଖୁଚୁରା ନିବେଶକ ସବୁଠୁ ଅଧିକ କ୍ଷତିରେ ପଡୁଛନ୍ତି।
यह भ्रष्टाचार का बेहद ख़तरनाक खेल है।
— Rahul Gandhi (@RahulGandhi) November 22, 2024
अडानी मोदी जी को फंड देते हैं और बदले में मोदी जी उन्हें देश की राष्ट्रीय संपत्ति सौंपते हैं। वे दोनों सबसे पहले एक दूसरे की रक्षा करते हैं।
लेकिन इसमें क़ीमत किसे चुकानी पड़ रही है? आपको, आम भारतीय को!
जब अडानी रिश्वत देकर महंगी बिजली…
ରାହୁଲ ଲେଖିଛନ୍ତି ଯେତେବେଳେ ଦେଶର ପୋର୍ଟ, ଏୟାରପୋର୍ଟ, ସିମେଣ୍ଟ ଓ ପ୍ରତିରକ୍ଷା କ୍ଷେତ୍ର ଆଦାନୀଙ୍କୁ ଦିଆଯାଉଛି ସେତେବେଳେ ଏହାର ଲାଭ ଜନତାଙ୍କ ପକେଟରୁ ଯାଉଛି। ରାହୁଲ ଗାନ୍ଧି ଜନତାଙ୍କୁ ଏହି ଖେଳକୁ ବୁଝିବା ପାଇଁ ଅପିଲ କରିଛନ୍ତି ଓ କହିଛନ୍ତି ଏହି ଦୁର୍ନୀତି ଯୋଗୁ କେବଳ ଜନତାଙ୍କ ହାର ହେବ। ରାହୁଲ ଗାନ୍ଧି ତାଙ୍କ ଟ୍ୱିଟ୍ କୁ ବିଜେପି ୱିଥ ଆଦାନୀ ହାସ୍ ଟ୍ୟାଗ୍ ରେ ସେୟାର କରିଛନ୍ତି। ରାହୁଲ ଗାନ୍ଧି ଦୀର୍ଘ ସମୟ ହେଲା ଆଦାନୀ ସମୂହ ଓ ମୋଦି ସରକାରଙ୍କ କଥିତ ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇ ଆସୁଛନ୍ତି।
ନିକଟରେ ଆଦାନୀ ସମୂହ ଉପରେ ଅନ୍ତର୍ଜାତୀୟ ରିପୋର୍ଟ ଓ ବିରୋଧୀଦଳ ଗୁରୁତର ଅଭିଯୋଗ ଆଣିଛନ୍ତି। ଆଦାନୀ ସମୂହ ଉପରେ ଆମେରିକାରେ ଲାଞ୍ଚ କାରବାର ଅଭିଯୋଗ ହୋଇଛି। ଯେଉଁଥିରେ ଆମେରିକୀୟ ଅଧିକାରୀ ଶକ୍ତି ପ୍ରକଳ୍ପ ପାଇଁ ନିଜ ହୀତ ଉଦ୍ଦେଶ୍ୟରେ ଆଦାନୀ ଭାରତୀୟ ଅଧିକାରୀଙ୍କୁ ଦେଇଥିବା ଲାଞ୍ଚର ତଦନ୍ତ କରୁଛନ୍ତି। ଏହା ପୂର୍ବରୁ ଜାନୁୟାରୀ ୨୦୨୩ରେ ଆମେରିକା ସର୍ଟ ସେଲିଂ ଫାର୍ମ ହିଣ୍ଡନବର୍ଗ ରିସର୍ଚ୍ଚ ଆଦାନୀ ସମୂହ ଉପରେ ଷ୍ଟକ ହେରଫେର ଓ ଅଡିଟ ଠକେଇର ଗୁରୁତର ଅଭିଯୋଗ କରିଥିଲେ।