ବିଶ୍ୱ ସ୍ତରରେ ପିଏମ୍ ମୋଦୀଙ୍କ କୂଟନୀତି, ୫ ଦିନିଆ ବିଦେଶ ଯାତ୍ରାରେ ୩୧ ବିଶ୍ୱ ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ

Published By : Prameya-News7 Bureau | November 22, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ତିନି ଦେଶ ଗସ୍ତରେ ୩୧ ବିଶ୍ୱ ନେତାଙ୍କ ସହ ବୈଠକ କରିଛନ୍ତି । ତିନି ଦେଶ ଗସ୍ତର ପ୍ରଥମ ପର୍ଯ୍ୟାୟରେ ପିଏମ୍ ମୋଦୀ ନାଇଜେରିଆ ପହଞ୍ଚିଥିଲେ, ଯେଉଁଠି ସେ ରାଷ୍ଟ୍ରପତି ଟିନୁବୁଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଭାଗ ନେଇଥିଲେ । ଏହାପରେ ଜି-୨୦ ସମ୍ମିଳନୀରେ ସାମିଲ ହେବା ପାଇଁ ବ୍ରାଜିଲ୍ ପହଞ୍ଚିଥିଲେ । ବ୍ରାଜିଲରେ ପିଏମ୍ ମୋଦୀ ୧୦ ବିଶ୍ୱ ନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ । ଏହାପରେ ଗୁଏନାରେ ପିଏମ୍ ମୋଦୀ ନଅ ଦେଶର ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଭାଗ ନେଇଥିଲେ ।

ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱ ନେତାଙ୍କ ସହ ବୈଠକରେ ପ୍ରମୁଖ ଏଜେଣ୍ଡା ଏବଂ ଗ୍ଲୋବାଲ୍ ସାଉଥ୍ ପ୍ରସଙ୍ଗକୁ ମୁଖର ଭାବେ ରଖିଥିଲେ । 

ବ୍ରାଜିଲର ରିଓ ଡି ଜେନେରିଓରେ ଜି ୨୦ ଶିଖର ସମ୍ମିଳନୀ ବାହାରେ ପିଏମ୍ ମୋଦୀ ୧୦ ବିଶ୍ୱ ନେତାଙ୍କ ସହ ବୈଠକ କରିଥିଲେ । ରିଓରେ ପିଏମ୍ ମୋଦୀ ବ୍ରାଜିଲ୍, ଇଣ୍ଡୋନେସିଆ, ପର୍ତ୍ତୁଗାଲ୍, ଇଟାଲୀ, ନରୱେ, ଫ୍ରାନ୍ସ, ବ୍ରିଟେନ, ଚିଲି, ଆର୍ଜେଣ୍ଟିନା ଏବଂ ଅଷ୍ଟ୍ରେଲିଆ ରାଷ୍ଟ୍ର ମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଭାଗ ନେଇଥିଲେ । ଏହି ନେତାଙ୍କ ମଧ୍ୟରେ ୫ ଜଣ ଏପରି ଅଛନ୍ତି, ଯେଉଁମାନଙ୍କ ସହ ପିଏମ୍ ମୋଦୀ ପ୍ରଥମ ଥର ବୈଠକ କରିଛନ୍ତି । ଇଣ୍ଡୋନେସିଆ ନେତା ପ୍ରବୋଭୋ ସୁବିୟାଣ୍ଟୋ, ପର୍ତ୍ତୁଗାଲର ଲୁଇସ୍ ମୋଣ୍ଟେନେଗ୍ରୋ, ବ୍ରିଟେନର କିର୍ ଷ୍ଟାର୍ମର, ଚିଲିର ଗେବ୍ରିୟଲ୍ ବୋରିକ ଏବଂ ଆର୍ଜେଣ୍ଟିନାର ଜାଭିୟର ମାଇଲିଙ୍କ ସହ ପ୍ରଥମ ଥର ପାଇଁ ଦ୍ୱିପାକ୍ଷିକ ବୈଠକ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଇଜେରିଆ ରାଷ୍ଟ୍ରପତି ବୋଲା ଅହମଦ ଟିନୁବୁଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ । ନିଜର ପାଞ୍ଚ ଦିନିଆ ଯାତ୍ରାର ଅନ୍ତୀମ ପର୍ଯ୍ୟାୟରେ ପିଏମ୍ ମୋଦୀ ଗୁଏନା ପହଞ୍ଚିଥିଲେ । ସେଠାରେ ସେ ୯ ଦେଶଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ସାମିଲ ହୋଇଥିଲେ । ଗୁଏନା, ଡୋମିନିକା, ବହାମାସ, ଟ୍ରିନାଡାଡ୍ ଏବଂ ଟୋବେଗୋ, ସୂରୀମାନ, ବାରବାଡୋସ, ଆଣ୍ଟିଗୁଆ ଏବଂ ବାରବୁଦ, ଗ୍ରେନେଡା ଏବଂ ସେଣ୍ଟ ଲୁସିଆର ନେତାଙ୍କ ସହ ବୈଠକ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.