ଭୁବନେଶ୍ବର ୧୫।୧୧: ଜଙ୍ଗଲ ଅଧିକାର ସ୍ୱୀକୃତ ଆଇନ ପୋର୍ଟାଲର ଶୁଭରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜଣେ ହିତାଧିକାରୀ ଏହି ପୋର୍ଟାଲରେ ଜମି ପଟ୍ଟା ପାଇଁ ଆବେଦନ କରିପାରିବ । ଏହାସହ ଜଙ୍ଗଲ ଆଇନ କାର୍ଯ୍ୟକାରିତାର ସ୍ଥିତି ମଧ୍ୟ ଜାଣିପାରିବେ ସରକାର । ପ୍ରଥମ ଥର ପାଇଁ ଅନଲାଇନ ଜରିଆରେ ଆବେଦନ କଲେ ଆଦିବାସୀ ହିତାଧିକାରୀଙ୍କୁ ମିଳିବ ଜମି ପଟ୍ଟା । ସେହିପରି ଜନଜାତୀୟ ଗୌରବ ଦିବସ ଅବସରରେ ଏକାଧିକ ପ୍ରକଳ୍ପର ଶୁଭରମ୍ଭ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ଗୋଠପାଟଣା ଠାରେ ଜନଜାତି ଐତିହ ଓ ସ୍ୱାଭିମାନ ଭବନର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଓଡିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ସହ ରାଜ୍ୟରେ ୪୨୬ଟି ଆବାସିକ ବିଦ୍ୟାଳୟର ମଧ୍ୟ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପେସା ଆଇନ ଲାଗୁ ହେବା ପୂର୍ବରୁ ଲୋକଙ୍କ ମତ ନେବା ସହ ସଚେତନତା ସଭା କରିବେ ରାଜ୍ୟ ସରକାର । ଜନଜାତୀୟ ଗୌରବ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଛନ୍ତି । ୨୬ ତାରିଖ ପର୍ଯ୍ୟନ୍ତ ପ୍ରତି ଗାଁରେ ଜନସଭା ହେବ । ପେସା ଆଇନ କିପରି କାର୍ଯ୍ୟକାରୀ ହେବ ସେ ନେଇ ବିସ୍ତୃତ ଆଲୋଚନା ହେବ ।
ସେହିପରି ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଜନଜାତି ସମ୍ପ୍ରଦାୟ ଓଡ଼ିଶାର ଶକ୍ତି ଓ ଆତ୍ମା । କିନ୍ତୁ ପୂର୍ବରୁ ଆଦିବାସୀଙ୍କୁ ଅବହେଳିତ କରି ରଖାଯାଇଥିଲା । ଆଦିବାସୀ ସଂସ୍କୃତିକୁ ସୁରକ୍ଷା ଦେବା ଆମ ସରକାରଙ୍କ ପ୍ରାଥମିକତା । ଜନଜାତୀୟ ଗୌରବ ଦିବସ ଅବସରରେ ୧୫୩୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଆଦିବାସୀ ବର୍ଗଙ୍କ ବିକାଶ ଓ ସୁରକ୍ଷା ପାଇଁ ଏହି ପ୍ରକଳ୍ପ ସବୁକୁ ଉତ୍ସର୍ଗୀକୃତ କଲେ ମୁଖ୍ୟମନ୍ତ୍ରୀ ।
You Can Read:
ବୋଇତ ବନ୍ଦାଣ ଉତ୍ସବକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ, ମନେ ପକାଇଲେ ଉତ୍କଳୀୟ ନୌ ବାଣିଜ୍ୟ ପରମ୍ପରା