ତିହିଡ଼ି ମହୋତ୍ସବ ଆରମ୍ଭ, ପାଞ୍ଚ ଦିନ ଧରି ଚାଲିବ ଏହି ମହୋତ୍ସବ

Published By : Prameya-News7 Bureau | January 30, 2025 IST

ଭଦ୍ରକ ୩୦।୦୧ : ଭଦ୍ରକ ଜିଲ୍ଲା ତିହିଡି କାଳୀ ପଡିଆରେ ଆରମ୍ଭ ହୋଇଛି ତିହିଡି ମହୋତ୍ସବ । ପାଞ୍ଚ ଦିନ ଧରି ଚାଲିବ ଏହି ମହୋତ୍ସବ । ଉଦ୍‌ଘାଟନୀ ଉତ୍ସବରେ ମହୋତ୍ସବ କମିଟିର ସଭାପତି ସୋମନାଥ ପାଢୀଙ୍କ ସଭାପତିତ୍ୱରେ ବାସୁଦେବପୁର ବିଧାୟକ ଅଶୋକ ଦାସ ଯୋଗ ଦେଇ ଏହାକୁ ଶୁଭାରମ୍ଭ କରିଥିଲେ । ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ସମ୍ମାନିତ ଅତିଥି ଭାବେ ତିହିଡି ବ୍ଲକ ଅଧକ୍ଷା ଅବନ୍ତୀ ଦାସ, ବିଡିଓ ଜ୍ୟୋତିମର୍ଯୀ କର, ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ ଆଦି ବହୁ ବିଶିଷ୍ଠ ବ୍ୟକ୍ତିମାନେ ଯୋଦେଇଥିଲେ । 

ସମସ୍ତ ଅତିଥି ଏହି ମହୋତ୍ସବରେ ସାମିଲ ହୋଇ ଜିଲ୍ଲାର କଳା ସଂସ୍କୃତି, ପରମ୍ପରାକୁ ଉଜ୍ଜୀବିତ ରଖିବା ଦିଗରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି । ଏହାସହିତ ପାଶ୍ଚାତ୍ୟ ସଭ୍ୟତା ଓ ସଂସ୍କୃତି ଠାରୁ  ଆଜିର ଯୁବ ସମାଜ ଦୂରରେ ନିଜ ସଂସ୍କୃତି ଓ ସଭ୍ୟତାକୁ ଅଧିକ ଗୁରୁତ୍ୱ ଦେବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ ।ଏହି ଅବସରରେ ଜଣେ କୁନ ପ୍ରବଚନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା । ପ୍ରାରମ୍ଭରୁ ଅତିଥିମାନେ ବାଲୁକା ସ୍ତୁପଟିକୁ ଉଦ୍‌ଘାଟନ କରିଥିଲେ। ମହୋତ୍ସବର ପ୍ରଥମ ଦିନରେ ହଜାର ହଜାର ଦର୍ଶକ ଯୋଗ ଦେଇଥିଲେ। ତିହିଡି ମହୋତ୍ସବ ସବୁ ବର୍ଷ ପରି ଚଳିତ ଥର ମଧ୍ୟ ବେଶ ଆକର୍ଷଣୀୟ କରାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଉଭୟ ପୋଲିସ ଓ ସ୍ବେଛାସେବୀଙ୍କୁ ନିୟୋଜିତ କରାଯାଇଛି। 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.