ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜନ୍ମ ଜୟନ୍ତୀ, ବୀରତ୍ୱର ଗାଥାକୁ ମନେ ପକାଉଛି ସାରା ଦେଶ

Published By : Prameya-News7 Bureau | January 23, 2025 IST

ଭୁବନେଶ୍ୱର ୨୩/୦୧: ଭାରତୀୟ ସ୍ୱାଧିନତା ସଂଗ୍ରାମର ଅଦ୍ବିତୀୟ ଯୋଦ୍ଧା ସୁଭାଷ ଚନ୍ଦ୍ର ବୋସଙ୍କ ଆଜି ଜନ୍ମ ଜୟନ୍ତୀ। ସେହିପରି ମହାନ ବିପ୍ଲବୀ ବୀର ସୁରେନ୍ଦ୍ର ସାଏଙ୍କ ମଧ୍ୟ ଆଜି ଜନ୍ମ ଜୟନ୍ତୀ । ସାରା ଦେଶରେ ଆଜି ଓଡ଼ିଶାର ଏହି ଦୁଇ ବରପୁତ୍ରଙ୍କ ଜନ୍ମଜୟନ୍ତୀ ପାଳନ କରାଯାଉଛି । ତାଙ୍କ ବୀରତ୍ୱର ଗାଥାକୁ ମନେପକାଇ ଦେଶପ୍ରେମରେ ସାରା ଦେଶ ମନେପକାଉଛି  ।   

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତୀୟ ସ୍ୱାଧିନତା ସଂଗ୍ରାମର ମହାନାୟକ । ଆଜି ନେତାଜୀଙ୍କ ୧୨୮ତମ ଜନ୍ମ ଜୟନ୍ତୀ  । ଏଥିପାଇଁ ସଜେଇ ହୋଇଛି ଓଡ଼ିଆ ବଜାରସ୍ଥିତ ନେତାଙ୍କ ଜନ୍ମପୀଠ ଏବଂ ସଂଗ୍ରହାଳୟ। ସକାଳୁ ସକାଳୁ ନେତାଙ୍କ ଜନ୍ମପୀଠରେ ଲୋକମାନଙ୍କର ଗହଳି ଦେଖିବାକୁ ମିଳିଛି । 

ନେତାଜୀଙ୍କ ପ୍ରତିମୂର୍ତ୍ତିରେ ଲୋକମାନେ ପୁଷ୍ପମାଲ୍ୟ ଅର୍ପଣ କରୁଛନ୍ତି । ଜୟନ୍ତୀ ଅବସରରେ କଟକ ସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି  । କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ପରାକ୍ରମ ଦିବସ ପାଳନ କରାଯିବ । ବାରବାଟୀ ଦୁର୍ଗ ଭିତରେ ଜାତୀୟସ୍ତରୀୟ ପରାକ୍ରମ ଦିବସ ପାଳନ କରିବା ସହ ନେତାଜୀ ସଂପର୍କିତ ବିଭିନ୍ନ ପ୍ରଦର୍ଶନୀ ଆୟୋଜିତ ହେବ । ପ୍ରଧାନମନ୍ତ୍ରୀଙ୍କ ଏକ ଭିଡିଓ ମେସେଜରୁ କାର୍ଯ୍ୟକ୍ରମ ଆରମ୍ଭ ହେବ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.