ମୁମ୍ଵାଇ ୨୩।୦୧; ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସମ୍ପୂର୍ଣ୍ଣ ଠିକ୍ ଅଛି । ମଙ୍ଗଳବାର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ ମଧ୍ୟ କରାଯାଇଥିଲା । ସୈଫ୍ ହସ୍ପିଟାଲରୁ ଘରକୁ ପହଞ୍ଚିବା ପରେ ସେ ପ୍ରଥମ ଥର କ୍ୟାମେରା ସାମ୍ନାକୁ ଆସିଥିଲେ । ପାପାରାଜିଙ୍କ ପାଇଁ ପୋଜ୍ ଦେବା ସହ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ବର୍ତ୍ତମାନ ସୈଫ ଅଲି ଖାନ ସେହି ଅଟୋ ଡ୍ରାଇଭରଙ୍କୁ ଭେଟିଛନ୍ତି । ଯିଏ ତାଙ୍କୁ ହସ୍ପିଟାଲ ନେଇବାରେ ସାହାଯ୍ୟ କରିଥିଲା । ଯାହାର ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ଅଟୋ ଡ୍ରାଇଭର ଭଜନ ସିଂ ରାଣାଙ୍କ ସହ ସୈଫଙ୍କର ଏକ ଫଟୋ ଭାଇରାଲ ହେଉଛି । ଫଟୋରୁ ସ୍ପଷ୍ଟ ହୋଇଛି ଯେ ସୈଫ୍ ମଙ୍ଗଳବାର ଦିନ ହସ୍ପିଟାଲରେ ଅଟୋ ଡ୍ରାଇଭରଙ୍କୁ ଭେଟିଥିଲେ । ଫଟୋରେ ସୈଫ ହ୍ୱାଇଟ୍ ସାର୍ଟ ସହ ଡେନିମ୍ ଜିନ୍ସରେ ନଜର ଆସିଛନ୍ତି । ସୈଫ ଡ୍ରାଇଭରଙ୍କ କାନ୍ଧରେ ହାତ ରଖି ଏକାଠି ବସି ଏକ ଫଟୋ ମଧ୍ୟ ଉଠାଇଥିଲ। ଏଥିସହ ସୈଫ ଅଟୋ ଡ୍ରାଇଭରଙ୍କୁ ଭେଟି ଧନ୍ୟବାଦ ମଧ୍ୟ ଜଣାଇଥିଲେ । ସୈଫ ଡ୍ରାଇଭରଙ୍କ କାମକୁ ପ୍ରଶଂସା କରି କହିଥିଲେ, ''ସମସ୍ତଙ୍କୁ ଏହିପରି ସାହାଯ୍ୟ କରିଚାଲ। ତୁମର ସେହି ଦିନର ଭଡା ଦେଇନି .. ତାହା ପାଇଁ ଚିନ୍ତା କରନାହିଁ ତାହା ତୁମକୁ ମିଳିବ । ଯଦି ତୁମକୁ ଜୀବନରେ କୌଣସି ପ୍ରକାରର ସାହାଯ୍ୟର ଆବଶ୍ୟକତା ଅଛି, ତେବେ ମୋତେ ମନେ ରଖ ।'' ଏହି ସମୟରେ ସୈଫ ଅଲି ଖାନଙ୍କ ମାଆ ଶର୍ମିଲା ଟାଗୋର ଏବଂ ପତ୍ନୀ କରୀନା କପୁର ମଧ୍ୟ ଡ୍ରାଇଭରଙ୍କୁ ଧନ୍ୟବାଦ ଜଣାଇଥିଲେ ।
କହିବାକୁ ଗଲେ ଅଟୋ ଡ୍ରାଇଭର ରାଣା ଜାଣି ନଥିଲେ ଯେ ସେ ଯେଉଁ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲକୁ ନେଉଥିଲେ ସେ ଆଉ କେହି ନୁହଁନ୍ତି ବରଂ ଅଭିନେତା ସୈଫ୍ ଅଲ୍ଲୀ ଖାନ। ସେ ପ୍ରଥମେ ରକ୍ତ ଜୁଡୁବୁଡୁ ସୈଫଙ୍କୁ ଡାକ୍ତରଖାନାକୁ ନେଇଗଲେ। ସେଠାରେ ପହଞ୍ଚିବା ପରେ ସେମାନେ ଜାଣିବାକୁ ପାଇଲେ ଯେ ଆହତ ବ୍ୟକ୍ତି ଜଣକ ସୈଫ୍ ଅଲ୍ଲୀ ଖାନ। ଚାଳକ ଜଣକ କହିଛନ୍ତି ଯେ ସେ ଜଣେ ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିପାରିଥିବାରୁ ଖୁସି ଏବଂ ଗର୍ବିତ। ରାଣାଙ୍କ ତତ୍ପରତା ଏବଂ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ସୈଫ ଅଲ୍ଲୀ ଖାନଙ୍କୁ ଉଚିତ୍ ଚିକିତ୍ସା ମିଳିଥିଲା। ଏହାକୁ ଦୃଷ୍ଟିରେ ରଖି, ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଫୈଜାନ ଅନସାରୀ ରାଣାଙ୍କୁ ୧୧,୦୦୦ ଟଙ୍କା ନଗଦ ଦେଇ ସମ୍ମାନିତ କରିଥିଲେ। ଏହା ପରେ, ଅଭିନେତା ଭଜନ ସିଂହ ରାଣାଙ୍କୁ ଭେଟିଥିଲେ ଏବଂ ତାଙ୍କୁ ୫୦ ହଜାର ଟଙ୍କା ଦେଇଥିଲେ । ଡ୍ରାଇଭରଙ୍କୁ ଏହି କାର୍ଯ୍ୟ ପାଇଁ ତାଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି ।
ସିକ୍ୟୁରିଟି ଟିମ୍ ବଦଳାଇଲେ ସୈଫ୍ ଅଲ୍ଲି ଖାନ୍, ଏବେ ସୁରକ୍ଷା ଦେବେ ୯୦ ଦଶକର ଏହି ଅଭିନେତା