ବାଲେଶ୍ଵର: ବାଲେଶ୍ଵରର ବାହାନଗାରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଭୟାବହ ରେଳ ଦୁର୍ଘଟଣାରେ ମୃତକ ସଂଖ୍ୟା ୨୮୮କୁ ବୃଦ୍ଧି ଘଟିଛି। ମୋଟ୍ ୮୦୩ ଆହତଙ୍କ ଚିକିତ୍ସା ଜାରି ରହିଛି। ସେଥିରୁ ୭୪୭ ସାମାନ୍ୟ ଆହତ ହୋଇଥିବା ବେଳେ ୫୬ ଜଣ ଗୁରୁତର ଅଛନ୍ତି। ମୃତାହତକୁ ନେଇ ଦକ୍ଷିଣ ପୂର୍ବ ରେଲଓ୍ଵେ ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି। ତେବେ ୧୬୦ ମୃତଦେହ ଭୁବନେଶ୍ଵର ଆସିବ ବୋଲି ଓଡିଶାର ମୁଖ୍ୟ ସଚିବ ପ୍ରଦୀପ ଜେନା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯିବା ପରେ ୨ କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନ ତଦାରଖ ଦାୟିତ୍ଵରେ ଅଛନ୍ତି। ୨ କେନ୍ଦ୍ର ମନ୍ତ୍ରୀ ରାତିରେ ବାଲେଶ୍ଵରରେ ରହିବେ। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ସରିଥିବା ବେଳେ ମରାମତି କାମ ଜାରି ରହିଛି। ଉଲ୍ଲେଖନୀୟ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ସେନା, ବାୟୁସେନା, ଏନଡିଆରଏଫ, ଓଡ୍ରାଫ ସହ ଅନେକ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଥିଲେ।
ମୁଖ୍ୟ ସଚିବ ପ୍ରଦୀପ ଜେନା କହିଛନ୍ତି ଯେ, ଟ୍ରେନ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ। ଚିହ୍ନଟ ହୋଇ ପାରି ନ ଥିବା ୧୬୦ ମୃତଦେହ ଭୁବନେଶ୍ଵର ଅଣାଯିବ। ୩୦/୪୦ ମୃତଦେହ ଚିହ୍ନଟ ହୋଇ ଗଲାଣି। ଚିହ୍ନଟ ହୋଇପାରିନଥିବା ମୃତଦେହ ଶବାଗାରରେ ରଖାଯିବ। ପରିବାର ଲୋକ ଚିହ୍ନଟ ନ କରିବା ଯାଏ ଭୁବନେଶ୍ଵରର ବିଭିନ୍ନ ହସ୍ପିଟାଲ୍ରେ ମୃତଦେହ ରଖାଯିବ। ବାଲେଶ୍ଵରରେ ମୃତଦେହ ରଖିବାକୁ ପର୍ଯ୍ୟାପ୍ତ ଜଗା ନ ଥିବାରୁ ଏହିପରି ବିକଳ୍ପ ବ୍ୟବସ୍ଥା କରାଯାଇଛି। ହସ୍ପିଟାଲ୍ରେ ମୃତଦେହ ରଖିବା ପାଇଁ ବ୍ୟବସ୍ଥା ହୋଇଛି। ତେବେ ମୃତଦେହ ଚିହ୍ନଟ କରିବା ଏବଂ ସମସ୍ତ ଯାତ୍ରୀଙ୍କ ପରିଚୟ ସଂଗ୍ରହ କରିବା ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ଓଡିଶା ଆସି ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଆହତଙ୍କୁ ଭେଟିଛନ୍ତି । ବାଲେଶ୍ୱର ହସ୍ପିଟାଲ ଯାଇ ସେଠାରେ ଆହତଙ୍କୁ ଭେଟିବା ସହ ସେମାନଙ୍କ ସହ ଆଲୋଚନା କରିଛନ୍ତି । ଏହାସହ ଡାକ୍ତରଙ୍କ ସହ ଆଲୋଚନା କରି ଆହତଙ୍କୁ ଉତ୍ତମ ଚିକିତ୍ସା ଉପଲବ୍ଧ କରାଇବା ପାଇଁ କହିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟ ସରକାର ଏବଂ ସ୍ଥାନୀୟ ଯୁବକଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।
wp:html/wp:html#WATCH | Odisha: Prime Minister Narendra Modi was briefed by Union Railways minister Ashwini Vaishnaw, Union Minister Dharmendra Pradhan and other officials about the #BalasoreTrainAccident pic.twitter.com/DBcaMSlWht
— ANI (@ANI) June 3, 2023
ପିଏମ୍ କହିଛନ୍ତି, ‘ମୁଁ ଓଡ଼ିଶା ସରକାର ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଉଦ୍ୟମକୁ ଅଭିନନ୍ଦନ ଜଣାଉଛି । ସ୍ଥାନୀୟ ନାଗରିକଙ୍କୁ ମଧ୍ୟ ହୃଦୟରୁ ଅଭିନନ୍ଦନ ଜଣାଉଛି । କାରଣ ସେମାନେ ଏହି ସଂକଟର ସମୟରେ ରକ୍ତ ଦାନ ହେଉ କିମ୍ୱା ଉଦ୍ଧାର କାର୍ଯ୍ୟରେ ସହଯୋଗ ହେଉ ସବୁଥିରେ ସେମାନଙ୍କ ଯୋଗଦାନ ପ୍ରଶଂସନୀୟ । ସ୍ଥାନୀୟ ଯୁବକମାନେ ସାରା ରାତି ସହଯୋଗ କରିଛନ୍ତି । ଏଥିପାଇଁ ସେମାନଙ୍କୁ ପ୍ରମାଣ କରୁଛି । ସେମାନଙ୍କ ସହଯୋଗରୁ ହିଁ ଅପରେସନକୁ ଜୋରଦାର କରାଯାଇ ପାରିଲା।
wp:heading {"level":4}