ୱାସିଂଟନ ୨୦।୧: ଡୋନାଲ୍ଡ ଟ୍ରମ୍ପ ଗତବର୍ଷ ନଭେମ୍ବରରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ସୋମବାର ଆମେରିକାର ୪୭ତମ ରାଷ୍ଟ୍ରପତି ରୂପେ ଶପଥ ଗ୍ରହଣ କରିବେ। ଏହି ଶୀର୍ଷ ପଦବୀରେ ଏହା ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ହେବ, ଏହି ସମୟରେ ସେ ଆମେରିକୀୟ ସଂସ୍ଥାମାନଙ୍କୁ ନୂଆ ଆକାର ଦେବେ। ଭୀଷଣ ଥଣ୍ଡା ଯୋଗୁ ଟ୍ରମ୍ପଙ୍କ ଶପଥଗ୍ରହଣ ଉତ୍ସବ ଇନଡୋର ହଲରେ ଅନୁଷ୍ଠିତ ହେବ। ଶପଥଗ୍ରହଣ ଉତ୍ସବ ପୂର୍ବରୁ ଟ୍ରମ୍ପ ସେଣ୍ଟ ଜନ ଏପିସ୍କୋପଲ ଚର୍ଚ୍ଚକୁ ଯାଇଥିଲେ। ସେଠାରୁ ସେ ସିଧା ହ୍ୱାଇଟ୍ ହାଉସ୍ ପହଞ୍ଚିଛନ୍ତି।
#WATCH | Washington DC | President-elect #DonaldTrump accompanied by outgoing president Joe Biden arrives at Capitol Hill, for his inauguration as the 47th US President
— ANI (@ANI) January 20, 2025
(Source - US Network Pool via Reuters) pic.twitter.com/QdwHTbZj5z
ହ୍ୱାଇଟହାଉସ୍ରେ ନିବର୍ତ୍ତମାନ ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ପତ୍ନୀ ଜିଲ ବାଇଡେନ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲେନିଆଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି। ଏହି ଅବସରରେ ଟ୍ରମ୍ପ ଦମ୍ପତ୍ତିଙ୍କୁ ବାଇଡେନ ଦମ୍ପତ୍ତି ଚା ଓ କଫିରେ ଆପ୍ୟାୟିତ କରିଛନ୍ତି। ଏହି ବ୍ୟକ୍ତିଗତ ବୈଠକ କ୍ଷମତା ହସ୍ତାନ୍ତରଣର ଆଉ ଏକ ପରମ୍ପରା। ଏହା ୪ ବର୍ଷ ପୂର୍ବର ପରିସ୍ଥିତି ଠାରୁ ସମ୍ପୂର୍ଣ୍ଣ ଭିନ୍ନ। କାରଣ ସେତେବେଳେ ବାଇଡେନଙ୍କ ବିଜୟକୁ ଟ୍ରମ୍ପ ଅସ୍ୱୀକାର କରିବା ସହିତ ତାଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗଦେବାକୁ ମନା କରିଦେଇଥିଲେ।
#WATCH | President-elect #DonaldTrump arrives in US Capitol Rotunda room, Washington DC for his inauguration as the 47th US President
— ANI (@ANI) January 20, 2025
(Source - US Network Pool via Reuters) pic.twitter.com/OEJg8qH9zS
ଟ୍ରମ୍ପଙ୍କ ଶପଥଗ୍ରହଣ ସରିବା ପରେ ସୋମବାର ସେ ଶାସକୀୟ ଆଦେଶରେ ସ୍ୱାକ୍ଷର କରିବେ। ଏହି ସୂଚନା ହ୍ୱାଇଟହାଉସର ଜନୈକ ଅଧିକାରୀ ଦେଇଛନ୍ତି। ଟ୍ରମ୍ପ ଯେଉଁ ମଞ୍ଚରେ ଶପଥଗ୍ରହଣ କରିବେ ସେହି ମଞ୍ଚକୁ ଲଗାଇ ଏଲନ ମସ୍କ, ଟକର କାର୍ଲସନ ଓ ଅନ୍ୟ ଆମନ୍ତ୍ରୀତ ଭିଭିଆଇପିଙ୍କ ଆସନ ପକାଯାଇଛି। ଟ୍ରମ୍ପ ଦମ୍ପତ୍ତି ଚର୍ଚ୍ଚରୁ ବାହାରକୁ ଆସିବା ବେଳେ ପରସ୍ପରର ହାତ ଧରାଧରି ହୋଇ ବାହାରକୁ ବାହାରୁଥିବା ଦେଖାଯାଇଛି। ଟ୍ରମ୍ପ ଏବେ ଶପଥପାଠ ଉତ୍ସବ ନିମନ୍ତେ ରୋଟୁଣ୍ଡା ରୁମ କୁ ପହଞ୍ଚିଛନ୍ତି।