ହ୍ବାଇଟ୍ ହାଉସରେ ମୋଦି-ଟ୍ରମ୍ପ ସାକ୍ଷାତ; ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା

Published By : Prameya-News7 Bureau | February 14, 2025 IST

ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ଅତୁଟ । ହ୍ବାଇଟ୍ ହାଉସରେ ମୋଦି-ଟ୍ରମ୍ପ ସାକ୍ଷାତ । ଡୋନଲ୍ଡ ଟ୍ରମ୍ପ ଦ୍ବିତୀୟ ଥର ପାଇଁ ରାଷ୍ଟ୍ରପତି ହେବା ପରେ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ଆମେରିକା ଗସ୍ତ । ସାକ୍ଷାତ ବେଳେ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି । ଦୁଇ ରାଷ୍ଟ୍ରୀୟ ନେତାଙ୍କ ଭେଟଘାଟ୍ ପରେ ସାମ୍ବାଦିକ ସମ୍ମିଳନୀ କରି ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଅତୁଟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଏହି ସମ୍ପର୍କକୁ ଆହୁରି ସୁଦୃଢ଼ କରିବାକୁ ଆହ୍ବାନ ଦେଇଛନ୍ତି  । ଏହଛଡ଼ା ଭାରତର ସ୍ବାର୍ଥ ପ୍ରଥମ ବୋଲି କହିଛନ୍ତି ପିଏମ୍ ମୋଦି । ସେପଟେ ଆମେରିକା ରାଷ୍ଟ୍ରପତି ମଧ୍ୟ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଗ୍ରେଟ୍ ଲିଡର ବୋଲି କହିଛନ୍ତି ।        

ଭାରତ- ଆମେରିକା ମଧ୍ୟରେ ହୋଇଥିବା ଦ୍ବିପାକ୍ଷିକ ଆଲୋଚନା ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଂଗ ସ୍ଥାନ ପାଇଛି । ଦୁଇ ରାଷ୍ଟ୍ରୀୟ ନେତାଙ୍କ ମଧ୍ୟରେ ରାଜନୈତିକ, ବ୍ୟବସିୟକ, ପ୍ରତିରକ୍ଷା, ଆତଙ୍କବାଦ, ଟିକସକୁ ନେଇ ଆଲୋଚନା ହୋଇଛି । ସେହିପରି ଏଥିରେ ରୁଷ-ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗ ସ୍ଥାନ ପାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବର୍ତ୍ତମାନ ଯୁଗ ଯୁଦ୍ଧର ସମୟ ନୁହେଁ, ଆଲୋଚନା ମାଧ୍ୟମରେ ସବୁ ସମସ୍ୟାର ସମାଧାନ ହୋଇପାରିବ । ଭାରତ ସାରା ବିଶ୍ବ ପାଇଁ ଶାନ୍ତି କାମନା କରୁଛି । ଯୁଦ୍ଧ ସମାପ୍ତ କରିବା ଲାଗି ଆଗକୁ ଆଲୋଚନା ବଢୁଛୁ ବୋଲି ପିଏମ୍ ମୋଦି କହିଛନ୍ତି । ସେହିପରି ବାଣିଜ୍ୟ ଶୁଳ୍କ ପ୍ରସଙ୍ଗରେ ବି ଟ୍ରମ୍ପ-ମୋଦିଙ୍କ ମଧ୍ୟରେ ଆଲୋଚନା ହୋଇଛି । ୨୦୩୦ ସୁଦ୍ଧା ଆମେରିକା-ଭାରତ ବାଣିଜ୍ୟ କାରବାର ଦୁଇଗୁଣା କରିବାକୁ ଲକ୍ଷ୍ୟ ରଖାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.