WHOରୁ ଓହରିବାକୁ ସାଇନ୍ କରିଥିଲେ, ଏବେ ପୁଣି ଯୋଗ ଦେବା କହୁଛନ୍ତି ଟ୍ରମ୍ପ

Published By : Prameya-News7 Bureau | January 26, 2025 IST

indiatoday

ନୂଆଦିଲ୍ଲୀ: ଆମେରିକା ଆସନ୍ତା ୫ ବର୍ଷ ଅନେକ ଅସ୍ଥିରତା ଦେଇ ଗତି କରିବ।  କାରଣ କ୍ଷମତାରେ ଅଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କେତେବେଳ କେଉଁ ନିଷ୍ପତ୍ତି ନେବେ ତାର କଳନା କରିବା ମୁସ୍କିଲ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଓହରିବା ପାଇଁ ଫର୍ମର ଦସ୍ତଖତ କରିଥିଲେ ଡୋନାଲ୍ଡ ଟ୍ରମ୍ପ। ଏବେ ପୁଣିଥରେ ଆମେରିକା ‘ହୁ’ରେ ଯୋଗ ଦେଇପାରେ ବୋଲି ଟ୍ରମ୍ପ କହୁଛନ୍ତି।

କୋଭିଡ୍-୧୯ ଓ ଅନ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସମସ୍ୟାକୁ ଠିକ୍ ଭାବରେ ପରିଚାଳନା କରିପାରି ନଥିବା ଅଭିଯୋଗ କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଓହରି ଆସିଥିଲେ ଟ୍ରମ୍ପ। ଏବେ ପୁଣିଥରେ ଯୋଗ ଦେବା କହୁଛନ୍ତି। ସେ କହିଛନ୍ତି "ହୁଏତ ଆମେ ପୁଣିଥରେ ଯୋଗ ଦେଇପାରୁ।, ମୁଁ ଜାଣିନାହିଁ। ହୁଏତ ଆମେ କରିବୁ। କିନ୍ତୁ ସେମାନ(ହୁ)ଙ୍କୁ ଏହାକୁ କ୍ଲିୟର କରିବାକୁ ପଡ଼ିବ।" ଲସ ଭେଗାସ୍‌ରେ ଏକ ରାଲି ବେଳେ ଏଭଳି କହିଛନ୍ତି ଟ୍ରମ୍ପ। 

ଆମେରିକା ୨୨ ଜାନୁଆରୀ ୨୦୨୬ରେ  ହୁ ଛାଡିଦେବ। 

ହ୍ୱାଇଟ୍ ହାଉସରେ ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ଶପଥ ନେବା ପରେ ସୋମବାର ରାଷ୍ଟ୍ରପତି ଟ୍ରମ୍ପ ଏହି ନିଷ୍ପତ୍ତି ନେଇଛନ୍ତି। ସୂଚନା ଥାଉକି ଆମେରିକା ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସବୁଠାରୁ ବଡ଼ ଆର୍ଥିକ ସହଯୋଗକାରୀ ରାଷ୍ଟ୍ର। ଏହାର ମୋଟ ପାଣ୍ଠିର ପ୍ରାୟ ୧୮% ଯୋଗଦାନ ଆମେରିକାରୁ ଆସୁଛି। ଚୀନର ଅଧିକ ଜନସଂଖ୍ୟା ଥିବା ସତ୍ତ୍ୱେ ଆମେରିକା ହୁ କୁ ଅଧିକ ଅର୍ଥ ଦେଉଛି। ଯେଉଁଥିପାଇଁ ସେ ଖୁସୀ ନାହାନ୍ତ ବୋଲି ଟ୍ରମ୍ପ ଲସ ଭେଗାସରେ ରାଲିକୁ ସମ୍ବୋଧନ କରି କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.