ବାଉଁଶିଆପଡ଼ାରେ ଅଘଟଣ, କୁସୁମୀ ନଦୀରେ ବୁଡି ଭାଇ-ଭଉଣୀ ମୃତ

Published By : Prameya-News7 Bureau | June 06, 2024 IST

ନୟାଗଡ଼ ୦୬।୦୬: ନୟାଗଡ଼ ଜିଲ୍ଲା ଇଟାମାଟି ବାଉଁଶିଆପଡ଼ାରେ ଅଘଟଣ । କୁସୁମୀ ନଦୀରେ ବୁଡି ଭାଇ-ଭଉଣୀଙ୍କର ମୃତ୍ୟୁ ହୋଇଛି । ପୁରା ଗାଁରେ ଖେଳିଯାଇଛି ଶୋକର ଛାୟା । 

ଖବର ଅନୁଯାୟୀ, ବାଉଁଶିଆପଡ଼ା ସ୍ଥିତ କୁସୁମୀ ନଦୀକୁ ଭାଇ-ଭଉଣୀ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ହଠାତ୍‌ ପାଣିରେ ଭାଇ-ଭଉଣୀ ବୁଡିଯାଇଥିଲେ । ଏହାପରେ ଉପସ୍ଥିତ ଥିବା ଲୋକେ ଉଭୟଙ୍କୁ ପାଣିରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେତେବେଳକୁ ହୋଇସାରିଥିଲା ବିଳମ୍ବ । ପାଣିରେ ବୁଡିବା ଲାଗି ଉଭୟଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ମୃତକ ହେଲେ ମୃତକ ହେଲେ ଦ୍ବିତିକୃଷ୍ଣ ସେଠୀଙ୍କ  ୫ବର୍ଷର ପୁଅ ସାଇ ଏବଂ ୧୦ବର୍ଷର ଝିଅ କାଜଲ୍ । ନୟାଗଡ ମେଡିକାଲରେ ଖେଳିଯାଇଛି ପୁରା ଶୋକାକୁଳ ପରିବେଶ ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.