ମହିଳାଙ୍କୁ ମାରିଲା କିଏ ? ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ସନ୍ଦେହରେ ଜ୍ବାଇଁକୁ ଅଟକ ରଖିଛି ପୋଲିସ

Published By : Prameya-News7 Bureau | June 10, 2024 IST

ରଣପୁର ୧୦/୬: ମହିଳାଙ୍କୁ ତଣ୍ଟିକାଟି ବୀଭତ୍ସ ହତ୍ୟା । ରକ୍ତଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର । ନୟାଗଡ ରଣପୁର ଥାନା କୋଟଣିଶିଳା ଗାଁରେ ଚାଞ୍ଚଲ୍ୟ । ମୃତକ ସ୍ଥାନୀୟ ଅଞ୍ଚଳର ନମିତାରାଣୀ ବେହୁରା । ନମିତାଙ୍କ ସ୍ବାମୀ ଶରତ ଚନ୍ଦ୍ର ବେହୁରା ନୂଆପଡାରେ ସିଆରପିଏଫରେ ଚାକିରୀ କରିଛନ୍ତି । ପିଲାମାନେ ବାହାରେ ରହୁଥିବାରୁ ନମିତା ଘରେ ଏକୁଟିଆ ରହୁଥିଲେ । ଯାହାର ସୁଯୋଗ ନେଇ ରବିବାର ରାତିରେ କେହି ଦୁର୍ବୃତ୍ତ ଗଳାକାଟି ହତ୍ୟା କରି ଫେରାର ହୋଇଯାଇଛି । 

ସୋମବାର ସକାଳୁ ଘରର କବାଟ ଖୋଲିଥିବାବେଳେ ନମିତା ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ଗାଁଲୋକ । ରଣପୁର ଥାନା ଅଧିକାରୀ ଓ ଶରଣକୂଳ ଏସଡିପିଓ ମୃତଦେହ ଜବତ କରି ତଦନ୍ତ କରୁଛନ୍ତି । ମୃତ ମହିଳାଙ୍କ ଜ୍ବାଇଁକୁ ସନ୍ଦେହରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.