ନୟାଗଡ ୨୯।୪: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ଗୁରୁତର । ଗଛରେ ଚଢି ତାଳ ତୋଳୁଥିବା ବେଳେ ୧୧ କେ.ଭି. ତାର ସଂସ୍ପର୍ଶରେ ଆସିଥିଲେ ଦୁଇ ଜଣ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଗୁରୁତର ହେଲେ ମଗରବନ୍ଧ ଗାଁର ଅଶୋକ ନାୟକ ଏବଂ ଲକ୍ଷ୍ମୀଧର ପ୍ରଧାନ ।
ସୂଚନାଯୋଗ୍ୟ ଯେ, ନୟାଗଡ ଜିଲ୍ଲା ଶରଣକୂଳ ଥାନା ମଗରବନ୍ଧ ଗାଁର ଅଶୋକ ଏବଂ ଲକ୍ଷ୍ମୀଧର ସୋମବାର ଦ୍ବିପ୍ରହର ସମୟରେ ତାଳ ତୋଳିବା ପାଇଁ ଗାଁ ନିକଟରେ ଥିବା ତାଳ ଗଛରେ ଚଢିଥିଲେ । ଗଛରେ ଚଢିଥିବା ସମୟରେ ଧରିଥିବା ଏକ କଞ୍ଚା ବାଉଁଶ ନିକଟରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା । ଫଳରେ ଉଭୟଙ୍କ ଶରୀରର ୭୦ ପ୍ରତିଶତ ପୋଡିଯାଇଥିଲା । ଗୁରୁତର ଅବସ୍ଥାରେ ଉଭୟଙ୍କୁ ପ୍ରଥମେ ନୟାଗଡ ଏବଂ ପରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।
You Can Read :
୪୩ ଛୁଇଁଲା ପାରଦ, ସାଢ଼େ ୨ଟା ସୁଦ୍ଧା କେନ୍ଦୁଝରରେ ସର୍ବାଧିକ ତାପମାତ୍ରା ରେକର୍ଡ