ଟ୍ରକକୁ ପଛରୁ ପିଟିଲା ବାଇକ୍, ଚାଲିଗଲା ୨ ଜୀବନ

Published By : Prameya-News7 Bureau | February 19, 2025 IST

ବୋରିଗୁମ୍ମା ୧୯।୦୨ : ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକକୁ ପଛରୁ ପିଟିଲା ବାଇକ୍‌ । ଯେଉଁଥିରେ ଚାଲିଗଲା ୨ ଜୀବନ । କୋରାପୁଟ ଜିଲ୍ଲା ବିଂସିପୁର ନିକଟରେ ଘଟିଛି  ଏହି ଦୁର୍ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । 

ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ବୋଦାଗୁଡ଼ା ଅଞ୍ଚଳର ତିନି ଜଣ ଯୁବକ ବାଇକ୍ ଯୋଗେ ବିସିଂପୁରରେ ଏକ ବିବାହ ଭୋଜିରେ ଯୋଗ ଦେଇ ଫେରୁଥିଲେ । କୋରାପୁଟ ବିସିଂପୁର ନିକଟରେ ରାସ୍ତା ଉପରେ ଏକ କାଠ ବୋଝେଇ ଟ୍ରକ ଛିଡ଼ା ହୋଇଥିଲା । ପଛରୁ ଆସିଥିବା ବାଇକ୍‌ଟି ଭାରସାମ୍ୟ ହରାଇ ଟ୍ରକ ପିଟି ଥିଲା । ଯାହାଫଳରେ ଗାଡିରେ ଥିବା ତିନି ଜଣ ଛିଟିକି ପଡିଥିଲେ । ତେବେ ଘଟଣାସ୍ଥଳରେ ଲକ୍ଷଣ ପରଜା ଏବଂ କୁମ ପରଜାଙ୍କ ମୃତ୍ୟୁ ହୋଇଥିବା ବେଳେ ପର୍ଶୁ ନାମକ ଯୁବକ ଗୁରୁତର ହୋଇଥିଲେ । ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି । ବୋରିଗୁମ୍ମା ପୋଲିସ  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.