ଭୁବନେଶ୍ଵର: ରାଜ୍ୟରେ ଅସମ୍ଭାଳ ତାତିକୁ ନେଇ ଜନ ଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଟ୍ରପ ଲାଇନ ପ୍ରଭାବରେ ଆହୁରି ୫ ଜାରି ରହିବ କାଳବୈଶାଖୀ ବର୍ଷା। ସକାଳୁ ଅସହ୍ୟ ଗରମ ଓ ଗୁଳୁଗୁଳି ସହ ଅପରାହ୍ନରେ ହେବ କାଳବୈଶାଖୀ ବର୍ଷା। ଆସନ୍ତା ୨୪ ଘଣ୍ଟାରେ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର , ସୁନ୍ଦରଗଡ ଓ ଝାରସୁଗୁଡାରେ ବିଜୁଳି ଘଡଘଡି ବର୍ଷା ସହ ଏହିସବୁ ଜିଲ୍ଲାରେ ୫୦ ରୁ ୬୦ କିମି ପବନ ବହିବାର ସମ୍ଭାବନାକୁ ନେଇ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରିଛି ବିଭାଗ।
ସେହିପରି ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଜପତି, ଗଂଜାମ, କଟକ ଜଗତସିଂହପୁର , କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର , ନୂଆପଡା, କୋରାପୁଟ, ମାଲକାନଗିରି, ରାୟଗଡା, ସମ୍ବଲପୁର, ବରଗଡ଼, ଦେଓଗଡ,ସୋନପୁର, ବୌଦ୍ଧ ଓ ବଲାଙ୍ଗୀରି ଏହି ୨୫ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ଓ ୩୦ ରୁ ୫୦ କିମି ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ମୟୁରଭଞ୍ଜ, ବାଲେଶ୍ୱର ଭଦ୍ରକ, କେନ୍ଦୁଝର ଓ ଯାଜପୁର ରେ ବିଜୁଳି ଘଡଘଡି ପ୍ରବଳ ବର୍ଷା ସହ କୁଆପଥର ସମ୍ଭାବନା ଦେଇଛି ବିଭାଗ। ଏହିସବୁ ଜିଲ୍ଲାରେ ୫୦ ରୁ ୬୦ କିମି ପବନ ବହିବାର ସମ୍ଭାବନାକୁ ନେଇ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରିଛି ବିଭାଗ।
ସେହିପରି ପ୍ରବଳ ବର୍ଷା ସହ ୪୦ ରୁ ୫୦ କିମି ପବନ ବହିବାର ସମ୍ଭାବନା କୁ ନେଇ କେନ୍ଦ୍ରାପଡା, ଜଗତସିଂହପୁର କଟକ ଅନୁଗୁଳ ଓ ଢେଙ୍କାନାଳ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେଓଗଡ, କନ୍ଧମାଳ, କୋରାପୁଟ, ରାୟଗଡା, ମାଲକାନଗିରି, ପୁରୀ, ଖୋର୍ଦ୍ଧା ନୟାଗଡ, ଗଂଜାମ ଓ ଗଜପତି କୁ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା କୁ ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ବିଭାଗ।
ଅସମ୍ଭାଳ ଗରମ ସହ ଗୁଳୁଗୁଳି ଜାରି ରହିବା ସହ ଆଗାମୀ ୫ ଯାଏ ଅର୍ଥାତ ୨ ତାରିଖ ଯାଏ ଜାରି ରହିବ କାଳବୈଶାଖୀ ବର୍ଷା। ବର୍ତ୍ତମାନ ୨ ରୁ ୪ ଡିଗ୍ରୀ ତାପମାତ୍ରା ହ୍ରାସ ପାଇଥିବା ବେଳେ ପୁଣି ୨ ରୁ ୪ ଡିଗ୍ରୀ ଯାଏ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେପଟେ ଗତ ୨୪ ଘଣ୍ଟାରେ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବା ବେଳେ ରାୟଗଡା ବିଷମ କଟକରେ ସର୍ବାଧିକ ୧୯.୬ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ପାରଳାଖେମୁଣ୍ଡିରେ ସର୍ବାଧିକ ୩୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।