ବିନିକା: ପୁତୁରାର କୋଦାଳ ଚୋଟରେ କକାର ମୃତ୍ୟୁ l ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ପାଣିମୋରା ଗାଁରେ । ମୃତକ ହେଉଛନ୍ତି ନବୀନ ମଲ୍ଲିକ l ଚାଷ ଜମିରେ ପାଣି ମାଡ଼ାଇବାକୁ ନେଇ ଏହି ହତ୍ୟା କାଣ୍ଡ ଘଟିଛି।
ସୂଚନା ଅନୁଯାୟୀ, ନବୀନ ନିଜ ଜମିକୁ ପାଣି ମଡ଼ାଉଥିଲେ l ଏହି ସମୟରେ ନବୀନଙ୍କ ପୁତୁରା ମଣ୍ଟୁ ଜମି ସେଠାରେ ପହଞ୍ଚିଥିଲେ ଆଉ ପାଣି ମଡ଼ାଇବାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା l ଆଉ ଏଥିରେ ଉତ୍କ୍ଷିପ୍ତ ହୋଇ କୋଦାଳରେ ନବୀନଙ୍କୁ ଆକ୍ରମଣ କରିଥିଲା ମଣ୍ଟୁ । ଘଟଣାସ୍ଥଳରୁ ନବୀନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପରିବାର ଲୋକେ ତରଭା ଡାକ୍ତରଖାନାକୁ ଆଣିଥିଲେ l ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ସେପଟେ ପୁତୁରା ମଣ୍ଟୁକୁ ଅଟକ ରଖି ଅଧିକ ତଦନ୍ତ କରୁଛି ତରଭା ପୋଲିସ l