ପୁରୀ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଯାଉ : ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | July 22, 2023 IST

ଭୁବନେଶ୍ବର ୨୨।୭: କରୋନା ସମୟରେ ଗୋଟେ ଦ୍ୱାର ଖୋଲାଯାଇ ଅନ୍ୟ ଦ୍ୱାର ବନ୍ଦ କରାଯାଇଥିଲା । ଏବେ କରୋନା ଡର ନାହିଁ । ପୁରୀର ନୂଆ ପରିକଳ୍ପନାରେ ଶ୍ରୀମନ୍ଦିର ସୁନ୍ଦର ଦେଖାଯାଉଛି । ଚାରୋଟି ଦ୍ୱାର ଖୋଲାଯାଉ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସେ ଆହୁରି କହିଛନ୍ତି, ପୁରୀ ଅଧିବାସୀ ଏବଂ ଅନେକ ହିନ୍ଦୁ ଲୋକେ ପୁରୀରେ ଆସି ରୁହନ୍ତି । ସେମାନେ ବିଭିନ୍ନ ସମୟରେ ଜଗନ୍ନାଥଙ୍କୁ ଦର୍ଶନ କରନ୍ତି । ଜଗା ସଙ୍ଗେ ନିତିଦିନିଆ ସମ୍ପର୍କ, ଭାବ ଅଛି । ବୟସ୍କ ଲୋକେ, ମା’ ମାନେ ଦର୍ଶନ କରିଥାନ୍ତି । ସେଥିପାଇଁ ଚାରୋଟି ଦ୍ୱାର ହୋଇଥିଲା । ସ୍ଥାୟୀ ଭାବେ ଅଟକାଇବା ଭଲ ହେବନି । ଅନନ୍ୟ ପରମ୍ପରାର ମନ୍ଦିର, ସବୁ ଖୋଲା ମେଲା, ଅବାଧରେ ଦର୍ଶନ ହୋଇଥାଏ । ଚାରୋଟି ଦ୍ୱାର ସହ ଭକ୍ତଙ୍କ ଭାବାବେଗ ଅଛି, ଖୋଲିବା ନିତାନ୍ତ ଜରୁରୀ । ମନ୍ଦିର ପ୍ରଶାସନ ହାକିମାତି ନ ଦେଖାଇ ଖୋଲିବା ଉଚିତ ହେବ । ଭଗବାନଙ୍କ ସାଙ୍ଗରେ ଲୋକଙ୍କର କୌଣସି ବାଧକ ନ ହେଉ । ପଦକ୍ଷେପ ନେବା ଉଚିତ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

wp:embed {"url":"https://www.prameyanews7.com/puri-citizens-demands-for-open-fourth-door-of-srimandir/","type":"wp-embed","providerNameSlug":"prameya-news-7"}
https://www.prameyanews7.com/puri-citizens-demands-for-open-fourth-door-of-srimandir/
/wp:embed

କେବଳ ସିଂହଦ୍ଵାର ଦେଇ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ହୋଇଥିବାରୁ ଦିନକୁ ଦିନ ଲମ୍ବା ଲାଇନ୍ ବଢିବାରେ ଲାଗିଛି । ରଥଯାତ୍ରା ପରେ ଚାରିଦ୍ବାର  ଖୋଲିବା ନେଇ ଗତ ରଥ ସମନ୍ୱୟ ବୈଠକରେ ସରଗରମ ଆଲୋଚନା ହୋଇଥିବା ବେଳେ ଫଳ କିନ୍ତୁ ଶୂନ । ତେବେ ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିବା ନେଇ ସଚେତନ ନାଗରିକ ମଞ୍ଚ ତରଫରୁ ଏକଲକ୍ଷ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଭକ୍ତ, ସେବାୟତ ଓ ପୁରୀବାସୀ ଚାରିଦୁଆରେ ଖୋଲିବାକୁ ଦାବି କରିଥିଲେ । ଉତ୍ତରଦ୍ବାର ଦେଇ ମହାପ୍ରସାଦ ଆଣିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉ । 

wp:embed {"url":"https://www.prameyanews7.com/claim-letter-regarding-opening-of-shrimandir-charidwar/","type":"wp-embed","providerNameSlug":"prameya-news-7"}
https://www.prameyanews7.com/claim-letter-regarding-opening-of-shrimandir-charidwar/
/wp:embed

ତେବେ ରଥଯାତ୍ରା ପରେ ଏହା ଉପରେ ବିଚାର କରାଯିବ ବୋଲି ସୂଚନା ମିଳିଥିଲା । ଆଇନମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଗତ ଦ୍ୱିତୀୟ ରଥ ସମନ୍ୱୟ ବୈଠକରେ ଚାରି ଦୁଆର ଖୋଲାଯିବା ମୁଖ୍ୟ ପ୍ରସଙ୍ଗ ମଧ୍ୟ ପାଲଟିଥିଲା । କିନ୍ତୁ ରଥଯାତ୍ରା ସରିବାର ୧୫ଦିନ ପରେ ବି ସମାନ ଅବସ୍ଥା । ତେବେ ଯାହାକୁ ନେଇ ବରିଷ୍ଠ ସେବାୟତଙ୍କ ଠାରୁ ଭକ୍ତମାନେ ଚାରିଦ୍ବାର ଖୋଲିବା ପାଇଁ ଦାବି କରିଛନ୍ତି ନଚେତ ଆନ୍ଦୋଳନ କରାଯିବ ବୋଲି ବରିଷ୍ଠ ଦାଇତାପତି ସେବକ ଚେତାବନୀ ଦେଇଛନ୍ତି ।

wp:embed {"url":"https://www.prameyanews7.com/a-unique-signature-campaign-has-been-launched-by-the-civic-forum-aware-of-the-opening-of-the-four-doors-of-the-temple/","type":"wp-embed","providerNameSlug":"prameya-news-7"}
https://www.prameyanews7.com/a-unique-signature-campaign-has-been-launched-by-the-civic-forum-aware-of-the-opening-of-the-four-doors-of-the-temple/
/wp:embed

ସେପଟେ ଚାରିଦ୍ବାର ଯଥାଶୀଘ୍ର ଖୋଲିବା ଦାବି ନେଇ ସଚେତନ ନାଗରିକ ମଞ୍ଚ ତରଫରୁ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଥିଲା । ଏକ ଲକ୍ଷ ଭକ୍ତଙ୍କ ଠାରୁ ଦସ୍ତଖତ ରଖାଯାଇଥିଲା । ଚାରିଦ୍ବାର ନଖୋଲାଯିବା ଯୋଗୁଁ ପୁରୀବାସୀ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ପ୍ରତିଦିନ ପୁରୀ ବାସିନ୍ଦାମାନେ ପଶ୍ଚିମଦ୍ବାର, ଦକ୍ଷିଣଦ୍ବାର ଓ ଉତ୍ତରଦ୍ବାର ଦେଇ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତି । କିନ୍ତୁ ବିଡମ୍ବନାର ବିଷୟ ସ୍ଥାନୀୟ ବାସିନ୍ଦାମାନଙ୍କୁ ଅନ୍ୟ ଦ୍ବାର ବାଟରେ ଛଡାଯାଉନଥିବାରୁ ଦର୍ଶନରୁ ବଞ୍ଚିତ ହେଉଛନ୍ତି । ଉତ୍ତରଦ୍ବାର ବାଟରେ ଭକ୍ତ, ଶ୍ରଦ୍ଧାଳୁମାନେ ମହାପ୍ରସାଦ କିଣିବାକୁ ଛଡାଯାଉନଥିବାରୁ ବଞ୍ଚିତ ରହୁଥିବା ଅଭିଯୋଗ ମଧ୍ୟ ହୋଇଛି। ମହାପ୍ରସାଦ ପାଇବା ପାଇଁ ଭକ୍ତମାନେ ଉତ୍ତରଦ୍ବାର ସମ୍ମୁଖକୁ ଯାଉଥିବା ବେଳେ ଅନେକ ଦଲାଲଙ୍କ ଦ୍ୱାରା ଶୋଷଣ ମଧ୍ୟ ହେଉଥିବା ଅଭିଯୋଗ ହୋଇଛି ।  

wp:html /wp:html

You Can Read :

wp:embed {"url":"https://www.prameyanews7.com/excise-iic-and-constable-injured-in-attack-in-koraput/","type":"wp-embed","providerNameSlug":"prameya-news-7"}
https://www.prameyanews7.com/excise-iic-and-constable-injured-in-attack-in-koraput/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.