ଭିସା ଜାଲିଆତି ବିରୋଧରେ ଆମେରିକା ଦୂତାବାସର କଡ଼ା କାର୍ଯ୍ୟାନୁଷ୍ଠାନ: ୨୦୦୦ ଭାରତୀୟଙ୍କ ଆପଏଣ୍ଟଟମେଣ୍ଟ ବାତିଲ

Published By : Prameya-News7 Bureau | March 27, 2025 IST

indiatoday

ନୂଆଦିଲ୍ଲୀ: ଭାରତରେ ଥିବା ଆମେରିକୀୟ ଦୂତାବାସ ସମୟ ନିର୍ଦ୍ଧାରଣ ନୀତି(ସିଡ୍ୟୁଲିଂ ପଲିସି) ଉଲ୍ଲଂଘନ କରିଥିବା ପ୍ରାୟ ୨,୦୦୦ ଭାରତୀୟଙ୍କ ଭିସା ଆପଏଣ୍ଟମେଣ୍ଟଟ ବାତିଲ କରିଛି। ଏନେଇ ଗୁରୁବାର ଭାରତରେ ଥିବା ଆମେରିକୀୟ ଦୂତାବାସ ପକ୍ଷରୁ 'ଏକ୍ସରେ ପୋଷ୍ଟ କରି ସୂଚନା ଦିଆଯାଇଛି। କେବଳ ସେତିକି ନୁହେଁ, ଭାରତରେ ଆମେରିକାର କନସୁଲାର ଦଳ ଜାଲିଆତି କାର୍ଯ୍ୟକଳାପର ପର୍ଦ୍ଦାଫାସ କରିଛି। ଏବଂ ଏହି ନିଯୁକ୍ତି ପାଇଁ ଦାୟୀ "ଠକ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିଛି ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି।

ବର୍ତ୍ତମାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱରେ ଆମେରିକା ସରକାର ଭିସା ଜାଲିଆତି ଏବଂ ବେଆଇନ ପ୍ରବାସୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ତେଣୁ ଚାରିଆଡ଼େ ଧରପଗଡ଼ ଚାଲିଛି। ଏନେଇ ଆମେରିକୀୟ ଦୂତାବାସ ପକ୍ଷରୁ ଫେବୃଆରୀ ୨୭ ତାରିଖରେ ମାଲା ଦାୟର କରାଯାଇଥିଲା। ଅଭିଯୋଗକୁ ଭିତ୍ତୀ କରି ଦିଲ୍ଲୀ ପୁଲିସ ଜାଲ ଭିସା ଏବଂ ପାସପୋର୍ଟ ଆବେଦନର ତଦନ୍ତ ଆରମ୍ଭ କରିବାର ପ୍ରାୟ ଗୋଟିଏ ସପ୍ତାହ ପରେ ଗୁରୁବାର ଏଭଳି ତଥ୍ୟ ସାମ୍ନାକୁ ଆସିଛି। 

ଘଟଣାରେ ଦିଲ୍ଲୀ ପୁଲିସ ଭିସା ଆବେଦନରେ ମିଥ୍ୟା ତଥ୍ୟ ଦାଖଲ କରିଥିବା ୩୧ରୁ ଅଧିକ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି। ରିପୋର୍ଟ ଅନୁଯାୟୀ ଏହି ଠକେଇ କାର୍ଯ୍ୟକଳାପ ମେ ରୁ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ଚାଲିଥିଲା। ଯେଉଁଥିରେ ଏଜେଣ୍ଟମାନେ ପଞ୍ଜାବ, ହରିୟାଣା ଏବଂ ଅନ୍ୟାନ୍ୟ ରାଜ୍ୟରୁ କାର୍ଯ୍ୟ କରୁଥିଲେ।

ପଢ଼ନ୍ତୁ- ଲୋହିତ ସାଗରରେ ବଡ଼ ଅଘଟଣ; ଟୁରିଷ୍ଟ ସବମରିନ ବୁଡ଼ିଯାଇ ୬ ମୃତ, ୪୪ରୁ ଅଧିକ ପର୍ଯ୍ୟଟକ ଆହତ

ଏଫଆଇଆରରେ ଉଲ୍ଲେଖ କରାଯାଇଥିବା ତଥ୍ୟ ଅନୁଯାୟୀ ଆବେଦନକାରୀ ଏବଂ ଏଜେଣ୍ଟମାନେ ଆମେରିକା ଭିସା ପାଇବା ପାଇଁ ବ୍ୟାଙ୍କ ଷ୍ଟେଟମେଣ୍ଟ, ଶିକ୍ଷାଗତ ପ୍ରମାଣପତ୍ର ଏବଂ ନିଯୁକ୍ତି ରେକର୍ଡ ସମେତ ନକଲି ଡକ୍ୟୁମେଣ୍ଟ କରିବାକୁ ଯୋଜନା କରୁଥିବା ଭଳି ୨୧ଟି ମାମଲା ଚିହ୍ନଟ କରାଯାଇଛି।

ଅଭିଯୁକ୍ତମାନେ ଏହି ନକଲି କାଗଜପତ୍ର ବ୍ୟବସ୍ଥା କରିବା ପାଇଁ ଆବେଦନକାରୀଙ୍କଠାରୁ ୧ ଲକ୍ଷରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଦାୟ କରିଥିବା ଅଭିଯୋଗ ହୋଇଛି। ଗୋଟିଏ ମାମଲାରେ ଜଣେ ଏଜେଣ୍ଟ ୧୩ ଲକ୍ଷ ଟଙ୍କା ବିନିମୟରେ ଜଣେ ଆବେଦନକାରୀଙ୍କୁ ଭିସା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ଏହି ଘଟଣାରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୩୧୮, ୩୩୬, ଏବଂ ୩୪୦ ଏବଂ ଆଇଟି ଆଇନର ଧାରା ୬୬(D) ଅନୁଯାୟୀ ମାମଲା ରୁଜୁ କରାଯାଇଛି।  ଏହି ଜାଲିଆତି ବିରୋଧରେ ସମ୍ପୃକ୍ତ ନେଟୱାର୍କକୁ ଭାଙ୍ଗିବାକୁ ଆହୁରି ଚଢାଉ ଜାରି ରହିବ ବୋଲି ଦିଲ୍ଲୀ ପୁଲିସ ପକ୍ଷରୁ ସୂଚନା ମିଳିଛି।

ପଢନ୍ତୁ- ବିଦେଶରେ ବସବାସ କରିବାକୁ ଚାହୁଁଛନ୍ତି ଭାରତର ୨୨% ଧନୀ ଲୋକ: ସର୍ଭେ


 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.