ନୂଆଦିଲ୍ଲୀ: ଆଲାସ୍କାର ନୋମ ନିକଟରେ ଆମେରିକାର ବେରିଙ୍ଗ ଏୟାର ବିମାନ ନିଖୋଜ। ଏହି ବିମାନରେ ୧୦ ଜଣ ଥିଲେ। ଏହାକୁ ବିପଜ୍ଜନକ ମାର୍ଗ କୁହାଯାଏ। ବିପଜ୍ଜନକ ନିଖୋଜ ବିମାନ ପାଇଁ ଏକ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ନିଖୋଜ ବିମାନଟି ଥିଲା Cessna 208B ଗ୍ରାଣ୍ଡ କାରଭାନ୍। ସର୍ଚ୍ଚ ଅପରେସନ ଟିମ୍ ବିମାନର ଅନ୍ତିମ ମାର୍ଗ ଖୋଜିବାକୁ ଚେଷ୍ଟା କରୁଛନ୍ତି।
ଆଲାସ୍କା ଜନ ନିରାପତ୍ତା ବିଭାଗର ସୂଚନା ଅନୁଯାୟୀ, ବେରିଙ୍ଗ ଏୟାର କାରଭାନ ଉନାଲାକଲିଟରୁ ନୋମ ଅଭିମୁଖେ ୯ ଜଣ ଯାତ୍ରୀ ଏବଂ ପାଇଲଟଙ୍କ ସହ ଯାଉଥିଲେ। ଭୋର୍ ପ୍ରାୟ ୪ ଟାରେ ବିମାନଟି ନିଖୋଜ ଥିବା ସୂଚନା ମିଳିଛି। ନୋମ ଏବଂ ହ୍ୱାଇଟ ମାଉଣ୍ଟେନ୍ରେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ସେମାନେ ବିମାନ ସର୍ଚ୍ଚ ଅପରେସନ ଥିବା ବିଭାଗ କହିଛି। ଉନାଲାକ୍ଲେଟ୍ ଓ୍ୱେଷ୍ଟ ଆଲାସ୍କାରେ, ନୋମର ଦକ୍ଷିଣ-ପୂର୍ବରେ ପ୍ରାୟ ୧୫୦ ମାଇଲ୍ (ପ୍ରାୟ ୨୪୦ କିଲୋମିଟର) ଏବଂ ଆଙ୍କୋରେଜ୍ ଠାରୁ ୩୯୫ ମାଇଲ୍ (ପ୍ରାୟ ୬୪୦ କିଲୋମିଟର)ରେ ଅବସ୍ଥିତ।
ବେରିଙ୍ଗ ଏୟାର ପାଇଁ ଅପରେସନ୍ ମୁଖ୍ୟ ଡେଭିଡ ଓଲସନଙ୍କ ଅନୁଯାୟୀ, ସେସନା କାରଭାନ ରାତି ୨: ୩୭ରେ ଉନାଲାକଲେଟ ଛାଡିଥିଲା ଏବଂ ଅଧିକାରୀମାନେ ଏକ ଘଣ୍ଟା ପରେ ଏହାର ସମ୍ପର୍କ ହରାଇଥିଲେ। ୟୁଏସ୍ କୋଷ୍ଟଗାର୍ଡଙ୍କ କହିବାନୁସାରେ, ବିମାନଟି ୧୨ ମାଇଲ (ପ୍ରାୟ 19 କିଲୋମିଟର) ଦୂରରେ ଥିଲା। ଓଲସନ କହିଛନ୍ତି ଯେ ବେରିଙ୍ଗ ଏୟାର କ୍ରୁମାନେ ସର୍ଚ୍ଚ ଏବଂ ଉଦ୍ଧାର କାର୍ଯ୍ୟ କରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି।
ଆମେରିକା ସରକାରଙ୍କ National Institute for Occupational Safety and Health ଅନୁଯାୟୀ, ଆମେରିକାର ଅନ୍ୟ ରାଜ୍ୟ ତୁଳନାରେ ଆଲାସ୍କାରେ ଏୟାର ଟ୍ୟାକ୍ସି ଏବଂ ଛୋଟ ବିମାନ ଦୁର୍ଘଟଣା ଅଧିକ ଘଟେ। ଆଲାସ୍କାର ପାର୍ବତ୍ୟ ଅଞ୍ଚଳ ଏବଂ ପାଗ ପ୍ରତିକୂଳ। ଏଠାରେ ଥିବା ଅନେକ ଅଞ୍ଚଳ ସଡ଼କ ଦ୍ୱାରା ସଂଯୁକ୍ତ ନୁହେଁ, ତେଣୁ ଛୋଟ ବିମାନ ଲୋକ ଏବଂ ସାମଗ୍ରୀର ଗତି ପାଇଁ ବ୍ୟବହୃତ ହୁଏ।