ନୂଆ କଏନ ପ୍ରଡକ୍ସନ ରୋକି ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

Published By : Prameya-News7 Bureau | February 10, 2025 IST

ୱାସିଂଟନ ୧୦।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୂଆ କଏନ (ମୁଦ୍ରା) ଢଳେଇ ବନ୍ଦ କରିବାକୁ ଟ୍ରେଜରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ କହିବା ମୁତାବକ ମୁଦ୍ରା ତିଆରିରେ ଅଧିକ ବ୍ୟୟ ହେଉଛି, ଏଣୁ ସରକାରଙ୍କ ବଜେଟ ଉପରେ ଅଧିକ ବୋଝ ପଡୁଛି। ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ ସୋସାଲ’ରେ ଉଲ୍ଲେଖ କରିଛନ୍ତି ଯେ ଆମେ ଦୀର୍ଘ ସମୟରୁ ଏପରି ମୁଦ୍ରା ତିଆରି ଆସୁଛୁ, ଯାହାର ମୂଲ୍ୟ ବାବଦକୁ ଆମକୁ ୨ ସେଣ୍ଟରୁ ଅଧିକ ଖର୍ଚ୍ଚ କରିବାକୁ ପଡୁଛି। 

ଟ୍ରମ୍ପ କହିଛନ୍ତି ଯେ ଏହା ବାଜେ ଖର୍ଚ୍ଚ ଏପରି ଖର୍ଚ୍ଚ ରୋକିବାକୁ ମୁଁ ମୁଦ୍ରା ଉତ୍ପାଦନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ଟ୍ରମ୍ପ ପ୍ରଶାସନ ଏବେ ସରକାରୀ ଖର୍ଚ୍ଚ ହ୍ରାସ ନୀତି ଉପରେ କାମ କରୁଛି। ଏହି କ୍ରମରେ ଅନେକ ସରକାରୀ କର୍ମଚାରୀଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଥିବା ବେଳେ ଟ୍ରମ୍ପ ସବୁ ଛୋଟ ଓ ବଡ଼ ଖର୍ଚ୍ଚ ନିୟନ୍ତ୍ରଣ ଜରୁରି ବୋଲି କହିଛନ୍ତି। ସେ କହିଛନ୍ତି ଯେ ବଜେଟରେ ଫାଲତୁ ଖର୍ଚ୍ଚ ରୋକିବା ତାଙ୍କ ପ୍ରଥମ ଲକ୍ଷ୍ୟ, ତାହା ୧ ପଇସା ହେଉନା କାହିଁକି ବାଜେ ଖର୍ଚ୍ଚ ନିୟନ୍ତ୍ରଣ ଜରୁରି। 

ଟ୍ରେଜରୀ ବିଭାଗର ଆର୍ଥିକ ଡାଟା ସମୀକ୍ଷା ଏଲନ ମସ୍କଙ୍କ ସରକାରୀ ଦକ୍ଷତା ବିଭାଗ (ଡିଓଜିଇ) କରୁଛି। ଏହି ସଂସ୍ଥା ଟ୍ରେଜରୀ ପୈଠ ପ୍ରଣାଳୀର ଯାଞ୍ଚ କାଳରେ ଅନେକ ଅନିୟମିତତା ଦେଖିଛି। ଆଶଙ୍କା କରାଯାଉଛି ସରକାରୀ ଋଣ ସେତେ ନୁହେଁ ଯେତିକି ପୂର୍ବରୁ ମନେ କରାଯାଉଥିଲା। ଡିଓଜିଇ ରିପୋର୍ଟ ପରେ ଟ୍ରମ୍ପ ପ୍ରଶାସନ ମୁଦ୍ରା ତିଆରି ବନ୍ଦ ପାଇଁ ନିଷ୍ପତ୍ତି ନେଇଛି। ଟ୍ରମ୍ପ ଗଣମାଧ୍ୟମକୁ କହିଛନ୍ତି ଯେ ଟ୍ରେଜରୀରେ କିଛି ଅନିୟମିତତା ଥାଇ ପାରେ। ଏଣୁ ଆମେ ଯେପରି ଭାବୁଥିଲେ ଜାତୀୟ ଋଣ ତାଠୁ କମ ହୋଇଥାଇପାରେ। 

ତେବେ ମୁଦ୍ରା ତିଆରି ବନ୍ଦ କରିଦିଆଗଲେ ଡଲାର ଉପରେ ମନୋବୈଜ୍ଞାନିକ ପ୍ରଭାବ ପଡିବ ବୋଲି ଏବେ ଆଶଙ୍କା କରାଯାଉଛି। ମୁଦ୍ରା ବନ୍ଦ ହେଲେ ଛୋଟ ବ୍ୟବସାୟ ଓ ଭେଣ୍ଡିଂ ମେସିନ ଅପରେଟରଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ମୁଦ୍ରା ଅଭାବ ଯୋଗୁ କ୍ୟାସ୍ ଟ୍ରାଞ୍ଜାକ୍ସନ ପ୍ରଭାବିତ ହୋଇପାରେ ବୋଲି ଅନୁମାନ କରାଯାଉଛି। ଟ୍ରେଜେରୀ ସେକ୍ରେଟାରୀ ସ୍କଟ ବେସେଣ୍ଟ ଗତ ସପ୍ତାହରେ କହିଥିଲେ ଯେ ୧୦ବର୍ଷିୟ ସରକାରୀ ଋଣ ଉପରେ ସୁଧ ହ୍ରାସକୁ ଟ୍ରମ୍ପ ପ୍ରଶାସନ ପ୍ରାଥମିକତା ଦେଉଛି। ଯଦି ମୁଦ୍ରା ତିଆରି ବନ୍ଦ ହୁଏ ଏହା ଦ୍ୱାରା ସରକାରୀ ଖର୍ଚ୍ଚ ହ୍ରାସ ହେବ। ତେବେ ଅର୍ଥଶାସ୍ତ୍ରୀମାନେ କହୁଛନ୍ତି ଯେ ଏହାର ପ୍ରଭାବ ଆମେରିକାର ଅର୍ଥ ବ୍ୟବସ୍ଥା ଉପରେ ନିର୍ଭର କରିବ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.